ଓଡ଼ିଶାରାଜନୀତିରାଜ୍ୟ

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସଠିକ୍ ଭାବେ କ୍ରୀୟାନ୍ଵୟନ କରୁନାହାନ୍ତି । ଗରିବ ଲୋକଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । ଚାଳ ଘରେ ରହୁଥିବା ଗରିବ ଲୋକଙ୍କ ସହ ପ୍ରବଞ୍ଚନା । କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଘର ଦେଉଛନ୍ତି । କିନ୍ତୁ ଯେଉଁଭଳି ଭାବେ ଘର ହିତାଧିକାରୀଙ୍କ ପାଖରେ ପହଞ୍ଚିବା କଥା ପହଞ୍ଚୁନାହିଁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘର ତିଆରି ହେଉନାହିଁ । ଆମ ରାଜ୍ୟରେ ସ୍ବପ୍ନ ହୋଇ ରହିଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର । 2019 ପରଠୁ ଆବାସ ପାଇନଥିବା ଯୋଗ୍ୟ ଲୋକ ମାନଙ୍କ ପାଇଁ ସୁଦୂର ପ୍ରସାରି ସ୍ବପ୍ନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା 26 ଲକ୍ଷ 95 ହାଜର ପକ୍କାଘର । କେନ୍ଦ୍ର ସରକାର ଆଜି ସୁଦ୍ଧା 26 ଲକ୍ଷ 51 ହାଜର ଘର ମଞ୍ଜୁର କରିସାରିଛନ୍ତି । ସେଥିରୁ 17 ଲକ୍ଷ 14 ହାଜର ଘର ସଂପୂର୍ଣ୍ଣ ହୋଇଛି । ହେଲେ ବାକି 9 ଲକ୍ଷ 59 ହାଜର 500 ଘର ହୋଇପାରୁନାହିଁ । ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରି ପାରୁନାହାନ୍ତି କି ଘର୍ ହୋଇପାରୁନାହିଁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର 2022 ମସିହା ନଭେମ୍ବର 1 ପୂର୍ବରୁ ସରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓଡ଼ିଶା ଆସି କହିଥିଲେ, ଯେ ଓଡ଼ିଶା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ପାରୁନାହିଁ । ତେଣୁ ତତ୍ପରତା ସହ ଘର ତିଆରି କରାଯାଉ ।

କେନ୍ଦ୍ର ସରକାର ତାଗିଦ କରିଥିଲେ, ଯେ ନଭେମ୍ବର ସୁଦ୍ଧା ଘର ନଦେଲେ ରାଜ୍ୟ ସରକାରଙ୍କୁ ପେନାଲଟି ପଡ଼ିବ । କିନ୍ତୁ ତଥାପି ରାଜ୍ୟ ସରକାରଙ୍କ ଚେତା ପଶି ନଥିଲା । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ 2023 ଜୁନ ମାସ ଶେଷ ସୁଦ୍ଧା ଘରର ଆଦେଶ ପତ୍ର ଦେବା ପାଇଁ କୁହାଯାଇଥିଲା । କିନ୍ତୁ ମେ ମାସ ସାରିବାକୁ ବସିଲାଣି କିନ୍ତୁ ରାଜ୍ୟ ସରକାରଙ୍କ ଚେତା ଫେରିଲା ନାହିଁ । ନା ଚିନ୍ତା ଅଛି ନା ଚେତା ଅଛି । କେନ୍ଦ୍ର ସରକାର 34 ହାଜର 63 କୋଟି ଟଙ୍କା ପିଏମ ଆବାସ ଯୋଜନା ପାଇଁ ସହାୟତା ଦେଇଛନ୍ତି । କିନ୍ତୁ ଓଡ଼ିଶା ଲୋକ ଘର ନପାଇବା ଦୁର୍ଭାଗ୍ୟଜନକ । 2019ରେ ତାଲିକା ହେବା ପରେ 5 ଥର ୱିଣ୍ଡୋ ଖୋଲିଥିଲେ କେନ୍ଦ୍ର ସରକାର । କିନ୍ତୁ ରାଜ୍ୟ ସରକାର ତାଲିକା ଅପଲୋଡ କଲେ ନାହିଁ । ଯେଉଁ ତାଲିକା ରାଜ୍ୟ ସରକାର କରିଥିଲେ ତାହା ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ରାଜ୍ୟ ସରକାର 2020 ଫେବୃଆରୀରେ ଅଭିଯୋଗ ପତ୍ର ମାଗିଥିଲେ, ଲୋକ ଅଭିଯୋଗ କଲେ । କିନ୍ତୁ ତାହାର ତର୍ଜମା କରାଗଲା ନାହିଁ । 2022 ମସିହାରେ ପୁଣି ଯେତେବେଳେ ସର୍ଭେ କଲେ ରାଜ୍ୟ ସରକାର । 2019 ପୂର୍ବରୁ ଯେଉଁ ଭୁଲ କରିଥିଲେ, ସେହି ଭୁଲ ପୁଣି କଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ଭେ ହେଲା । କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସଠିକ୍ ତାଲିକା ନାହିଁ । ସାଢ଼େ 4 ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କୁ ବିଜେପିର 4 ପ୍ରଶ୍ନ

1. ଓଡ଼ିଶାର ଗରିବ ଲୋକଙ୍କୁ ମୋଦୀ ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦେବେ ଏବଂ କେବେ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର ?

2. ଯେଉଁ ତାଲିକା ହେବେ ସେଥିରୁ ସଂପୂର୍ଣ୍ଣ ରୂପେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି ?

3. ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ?

4. ବାକି ଥିବା ଲୋକଙ୍କ ନାମ କେବେ ରାଜ୍ୟ ସରକାର ଯୋଡ଼ିବେ ସ୍ପଷ୍ଟ କରିବେ କି ସରକାର ?

ଖୁବଶୀଘ୍ର ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲା ବିଜେପି । ଯାହା ପରିସ୍ଥିତି ହେବ ରାଜ୍ୟ ସରକାର ସମ୍ମୁଖୀନ କରିବେ ବୋଲି କହିଲା ବିଜେପି ।

Leave a Reply

Your email address will not be published.

Back to top button