କେନ୍ଦ୍ର ଅର୍ଥରେ ଆମ ପୋଖରୀର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ବିଜେପି

Spread the love

ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର “ଅମୃତ ସରୋବର” ଯୋଜନାକୁ ହାଇଜାକ କରି ରାଜ୍ୟ ସରକାର ଆଉ ଏକ ନୂଆ ନାଁ ଦେଇ ‘ଆମ ପୋଖରୀ’ ଯୋଜନାଭାବେ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ଅର୍ଥରେ ହେବ । କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାର ଥିବା ଅର୍ଥ ରାଶିରେ ହିଁ ‘ଆମ ପୋଖରୀ’ ଯୋଜନା ଚଳାଇବେ ରାଜ୍ୟ ସରକାର । ଏହି ଯୋଜନା ପାଇଁ ରାଜ୍ୟ ସରକାର ଟଙ୍କାଟିଏ ବି ନିଜ ବଜେଟ୍ରୁ ଖର୍ଚ୍ଚ କରିବେ ନାହିଁ ବରଂ କେନ୍ଦ୍ର ସରକାରଙ୍କ ବଜେଟ୍ ରୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ୨୩ବର୍ଷ ହେଲା କେନ୍ଦ୍ରୀୟ ଯୋଜନାକୁ ହଡପ କରି ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ‘ଆମ ପୋଖରୀ’ ଯୋଜନା ଅମୃତ ସରୋବର ଯୋଜନାର ଅଂଶ ବିଶେଷ । ମନରେଗା ଯୋଜନାରେ ଓଡ଼ିଶାକୁ ୨୬ହଜାର ୧୬୬କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ଖନନ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ଓଡିଶାରେ କାହିଁକି ଅମୃତ ସରୋବର ପୋଖରୀ ପୁନୋରଉଦ୍ଧାର କାମ ସମୟ ଅବଧିଭିତରେ ସରୁନାହିଁ ତାହାର ଉତର ରଖନ୍ତୁ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ପୁଣି ନୂଆ “ଆମ ପୋଖରୀ” ଯୋଜନା ନାଆରେ ଭୂଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ମଲ୍ଲିକ କହିଛନ୍ତି ।

ଓଡିଶାର ଅନେକ ସହରାଚଳରେ ଭଲ ଭଲ ପୋଖରୀ ଥିଲା ଯାହାକୁ ବିଜୁ ଜନତା ଦଳ ସରକାର ରିୟଲଇଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ଟେକି ଦେଲା । ଭୁବନେଶ୍ୱରରେ ମଧ୍ୟ ଅନେକ ପ୍ରାକୃତିକ ଜଳାଶୟ ଥିଲା । ସେସବୁ ପୋଖରୀ ଏବେ ଜବରଦଖଲରେ ରହିଛି ଓ ବିଜୁ ଜନତା ଦଳ ନେତା, ମନ୍ତ୍ରୀମାନେ ମାଡି ବସିବା ସହ ବ୍ୟବସାୟୀମାନେ ମାଡିବସିଛନ୍ତି । ଏହି ପୋଖରୀ ଗୁଡିକ କେବେ ପୁନୋରଉଦ୍ଧାର ହେବ ତାହାର ଜବାବ ରଖନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଆମ ପୋଖରୀ ନାଁରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ମଲ୍ଲିକ କହିଛନ୍ତି ।

Leave a Reply

Your email address will not be published. Required fields are marked *