ରାଜ୍ୟରେ ମାଟ୍ରିକ ଟପ୍ପର ଆଖ୍ୟା ଅର୍ଜନ କଳେ ଯାଜପୁରର ଛାତ୍ରୀ ଶ୍ରେୟଶ୍ରୀ ଜେନା

Spread the love

ଧର୍ମଶାଳା : ପ୍ରକାଶ ପାଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ । ଏହି ପରୀକ୍ଷା ଫଳରେ ଯାଜପୁର ଜିଲା ବରୀ ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରେୟଶ୍ରୀ ଜେନା ସର୍ବାଧିକ ୫୯୦ ନମ୍ବର ରଖି ଟପ୍ପର ଆଖ୍ୟ ଅର୍ଜନ କରିଛନ୍ତି । ଏହି ଖବର ଜଣା ପଡିବା ପରେ ପରିବା ଓ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଶ୍ରେୟଶ୍ରୀ ଏହି ସଫଳତା ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମଚାରୀ ଓ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ଏହି ସଫଳ ପାଇଁ ସେ ଦିନକୁ ୪ରୁ ୫ ଘଂଟା କଠିନ ପରିଶ୍ରମ କରିଥିଲେ । ଭବିଷ୍ୟତରେ ଭଲ ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏବଂ ଆଗକୁ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବା ସହ ସ୍ମାର୍ଟ ୱାର୍କକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଖବର ପ୍ରକାଶିତ ହେବା ପରେ ସେ ବିଦ୍ୟାଳୟକୁ ଯାଇ ଶିକ୍ଷକଶିକ୍ଷୟିତ୍ରୀମାନଙ୍କଠାରୁ ଆର୍ଶ୍ରୀବାଦ ନେଇଛନ୍ତି । ବିଦ୍ୟାଳୟ ପରିସରରେ ଶିକ୍ଷାକର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ୟପକ୍ଷେ ପିତା ଷ୍ଟାଲିନ ଜେନା ଏହି ଖବର ପାଇବା ପରେ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ସେ ପାଠ ପଢା ଉପରେ ସବଁଦା ଗୁରତ୍ୱ ଦେବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *