ଓଡ଼ିଶା

ସଫଳ ଚାଷୀ ସୁଶାନ୍ତ ତରାଇ

() କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଏହି ପଂକ୍ତିକୁ ସାକାର କରିଛନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ତନୁପୁର ଗ୍ରାମର ସଫଳ ଚାଷୀ ସୁଶାନ୍ତ ତରାଇ। ନିଜ ଚାଷ ଜମିରେ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ।

ବର୍ତ୍ତମାନ ଚାଷ ବେଉସା ବୁଡିବାକୁ ବସିଲାଣି। ଯୁବପିଢ଼ି ଏବେ ଚାଷ  ଛାଡି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ଅଧିକ ଶ୍ରେୟ ମଣୁଛନ୍ତି। ଏପରି ସମୟରେ ସୁଶାନ୍ତଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଦେଶରେ ଚାକିରି କରୁଥିବା ସୁଶାନ୍ତଙ୍କର ଚାଷ କରିବାର ଦୁର୍ବଳତା ଟାଣିଆଣିଲା ନିଜଗାଁ ମାଟିକୁ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର ଗ୍ରାମର ସଫଳ ଚାଷୀ ସୁଶାନ୍ତ ତରାଇ।

ପରିଶ୍ରମ ବଳରେ ନିଜ ଚାଷଜମିରେ ଫଳାଇଛନ୍ତି ସୁନାର ଫସଲ ଓ ଅନ୍ୟ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଏକ ଆଦର୍ଶ। ସୁଶାନ୍ତ ନିଜ ୫ ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରିଵା ସହିତ ଗତ ବର୍ଷ କଖାରୁ ଫସଲ କରି ବେଶ ଲାଭବାନ ହୋଇଥିଲେ। ଚଳିତ ବର୍ଷ ସୁଶାନ୍ତ ନିଜ ଚାଷ ଜମିରେ ଜୈବିକ ପ୍ରକ୍ରିୟାରେ ଚାଷକରି ଉନ୍ନତମାନର ତରୁଭୁଜ ଫଳାଇଛନ୍ତି। ତେବେ ଏହି ତରଭୁଜର ଓଜନ ପ୍ରାୟ ୧୨ ରୁ ୧୫ କିଲୋରୁ ରୁ ଉର୍ଦ୍ଧ୍ବ। ସୁଶାନ୍ତଙ୍କ ତରୁଭୁଜର ବେଶ ଚାହିଦା ରହିଛି।

ନାଗପୁର ୟୁନିଭରସିଟିରେ ପାଠପଢା ସାରି ଏକ କମ୍ପାନୀରେ କାମକରି ଭଲ ରୋଜଗାର କରୁଥିଲେ ସୁଶାନ୍ତ। ହେଲେ ଚାଷପ୍ରତି ଦୁର୍ବଳତା ଥିବାରୁ ଚାକିରି ଛାଡି ଗାଁ ମାଟିକୁ ଫେରିଲେ। ଦୃଢ଼ ଇଛା ଶକ୍ତିରେ ନିଜ ଜମିରେ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ୫ଟି ପରିବାରକୁ ମଧ୍ୟ ରୋଜଗାରର ପନ୍ଥା ଯୋଗାଇଛନ୍ତି। ସେପଟେ ବ୍ୟବସାୟୀ ମାନେ ମଧ୍ୟ ସୁଲଭ ମୂଲ୍ୟରେ ସୁଶାନ୍ତଙ୍କ ଠାରୁ ତରଭୂଜ କିଣି ବେଶ ଲାଭବାନ ହେଉଛନ୍ତି।

ସରକାର କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରୋତ୍ସାହନ, ରିହାତି ଦରରେ ଆନୁସଙ୍ଗିକ ଯନ୍ତ୍ରାଂଶ, ଓ ଶୀତଳ ଭଣ୍ଡାରର ସଠିକ ବ୍ୟବସ୍ଥା କରନ୍ତେ,ତେବେ ଯୁବପିଢ଼ି ବିଦେଶକୁ ଦାଦନ ଖଟିବାକୁ ନଯାଇ ସୁଶାନ୍ତ ଭଳି ଉଦ୍ୟୋଗୀ ହୁଅନ୍ତେ।

Leave a Reply

Your email address will not be published.

Back to top button