ପତ୍ନୀ ଆଗରେ ନଦୀକୁ ଡେଇଁଲା ସ୍ୱାମୀ

ଘରୋଇ କଳହର କରୁଣ ପରିଣତି। ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ। ନଦୀରେ ପାଣି କମ ଥିବାରୁ ଅଲ୍ପକେ ବର୍ତ୍ତିଲା  ଜୀବନ। ଅଗ୍ନିଶମ ବାହିନୀ କଲା ଉଦ୍ଧାର। ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର  ବଲ୍ଲଭିଘାଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହ କାରଣରୁ ଏଭଳି କରିଥିବା ସୂଚନା ମଳିଛି । ଯୁବକ ଜଣଙ୍କ ହେଲେ ରାଜକନିକା ଅଞ୍ଚଳର ସୁକାନ୍ତ ମିଶ୍ର। ସୁଶାନ୍ତ କୌଣସି କାରଣରୁ ନିଜ ପତ୍ନୀ ଓ ପୁଅଙ୍କ ସାମ୍ନାରେ  ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିଲେ । ସେଠାରେ ଲୋକ ରୁଣ୍ଡ ହୋଇଥିବା ଦେଖି ଯାଜପୁର ଅଗ୍ନିଶମ ବିଭାଗ ନଦୀକୁ ଯାଇ ସୁଶାନ୍ତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିଲେ | ନଦୀରେ ପାଣି କମ ଥିବାରୁ ସୁଶାନ୍ତଙ୍କ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *