ଓଡ଼ିଶା

କଳିଙ୍ଗ ଷ୍ଟାଡିୟମରେ ଜଟଣୀ ବିଧାୟକ ଅପଦସ୍ତ

ଭୁବନେଶ୍ବର: ଜଟଣୀ ବିଧାୟକ ସୁର ରାଉତ କଳିଙ୍ଗ ଷ୍ଟାଡିୟମରେ ଅପଦସ୍ତ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆଜି ଫିଫା ୟୁ-୧୭ ଫୁଟବଲ ମ୍ୟାଚ ଆରମ୍ଭ ହୋଇଛି। ମ୍ୟାଚ ଦେଖିବାକୁ ବିଧାୟକ ସରକାରୀ ପାସ ସହ ଯାଇଥିବା ବେଳେ ହୋଇଛନ୍ତି ଅପଦସ୍ତ।

ଆଜିଠାରୁ କଳିଙ୍ଗଷ୍ଟାଡିୟମରେ ଆରମ୍ଭ ହୋଇଛି ୟୁ-୧୭ ଫୁଟବଲ ମ୍ୟାଚ। ଖେଳ ଦେଖିବା ପାଇଁ ଜଟଣୀ ବିଧାୟକ  ଯାଇଥିଲେ। କିନ୍ତୁ ଷ୍ଟାଡିୟମ ଭିତରକୁ ପୁରାଇ ଦେଇ ନ ଥିଲେ ସୁରକ୍ଷାକର୍ମୀ। ଖାଲି ତାଙ୍କୁ ଭିତରକୁ ଯିବାକୁ ବାରଣ କରି ନ ଥିଲେ, ତାଙ୍କ ବାହାକୁ ଘୋଷାଡି ପ୍ରବେଶ ପଥରୁ ବାହାର କରିଦେଇଥିଲେ। ଏହାକୁ ନେଇ ସରକାର ଓ ଅୟୋଜକଙ୍କ ଉପରେ ବର୍ଷିଛନ୍ତି ବିଧାୟକ।

ସୁରଙ୍କୁ ମିଳିଥିଲା ପାସ। କିନ୍ତୁ ତାଙ୍କ ପାସକୁ ଅଗ୍ରାହ୍ୟ କରି ଦେଇଥିଲେ ସୁରକ୍ଷା କର୍ମୀ। ପାସ୍‌ ନୁହେଁ ଟିକେଟ ଥିଲେ ହିଁ ଖେଳ ଦେଖିହେବ ବୋଲି ତାଙ୍କୁ କୁହାଯାଇଥିଲା। ସୁର ତାଙ୍କ ଚିରାଚରିତ ଶୈଳୀରେ ଭିତରକୁ ପଶିବାକୁ ଚେଷ୍ଟା କରିବାରୁ ବିଦେଶୀ ସୁରକ୍ଷାକର୍ମୀ ତାଙ୍କ ବାହୁକୁ ଧରି ତାଙ୍କୁ ଘୋଷାଡି ନେଇଥିଲେ ବାହାରକୁ।

ତେବେ ସରକାରଙ୍କ ପାସ ପ୍ରହସନ କଣ ପାଇଁ? ଅନ୍ୟପଟେ, ଯଦି ବି ବିଦେଶୀ ସୁରକ୍ଷା କର୍ମୀଙ୍କୁ ଜଗାଯାଇଛି, ପାସ ଥିବାରୁ ପାସ ପାଇଥିବା ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କଣ ସେମାନଙ୍କୁ କୁହାଯାଇ ନାହିଁ? ସେଠାରେ କଣ ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ନ ଥିଲେ?

 ସେ ଯାହା ହେଉ, କିନ୍ତୁ ଆଜି କଳିଙ୍ଗଷ୍ଟାଡିୟମରେ ସୁର ଯେଉଁଭଳି ଅପଦସ୍ତ ହୋଇଛନ୍ତି, ତାକୁ ନେଇ ସେ ଆୟୋଜକ ଓ ସରକାରଙ୍କ ଉପରେ ବର୍ଷିଛନ୍ତି।

Leave a Reply

Your email address will not be published.

Back to top button