ବାର ବାଖରାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଉଦ୍‌ଘାଟିତ

ବରଗଡ: ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରକ୍ଷା ପାଇଁ ବନ ବିଭାଗ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବରଗଡ଼ ଜିଲ୍ଲାରେ ଥିବା ବାରପାହାଡ଼ ପାଦଦେଶ ବାର ବାଖରା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ନିର୍ମିତ ସ୍ମାରକୀକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଉଦ୍ଘାଟନ କରିଛନ୍ତି । ବାରବଖରା ପର୍ଯ୍ୟଟନ ସ୍ଥଳୀର ସୌଦର୍ଯ୍ୟ ଓ ସାଏଙ୍କ ବୀର ଗାଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ବେଶ୍ ଆଶା ରହିଛି ।

ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ବୀରତ୍ବର ଗାଥା । ବୀର ଗାଥାର ଇତିହାସ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବନ ବିଭାଗ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଦେଶ ସ୍ବାଧୀନ ସମୟରେ ଜିଲ୍ଲାର ବାରପାହାଡ଼ ପାଦଦେଶ ବାରବଖରା ଗୁମ୍ଫାରେ ଲୁଚି ସଂଗ୍ରାମୀ ସାଏ ନିଜର ଲଢେଇ ଜାରି ରଖିଥିଲେ । ତାଙ୍କରି ସ୍ମୃତିକୁ ମନେ ରଖିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏକ କୋଟି ୮୦ ଲକ୍ଷ ବ୍ୟୟ ଅଟକଳରେ ବରଗଡ଼ ବାରବାଖରା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ନିର୍ମାଣ କରାଯାଇଛି । ବାରବଖରା ଠାରେ ମ୍ୟୁଜିୟମ ତିଆରି କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥା ଚିତ୍ର ମାଧ୍ୟମରେ ସ୍ଥାନିତ କରାଯାଇଛି । ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ ।   

ପାହାଡ଼ ଜଙ୍ଗଲ ଘେରା ବାରବଖରା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ବୋଲି ଆଶା ରହିଛି । ଯାହାକୁ ନେଇ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବାରବଖରା ଉପରେ ପ୍ରବାହିତ ଝରଣାକୁ ଚେକ୍ ଡେମ କରି ରୋକାଯାଇ ପାରିଲେ ବର୍ଷସାରା ଏହି ବାରବଖରାରେ ପାଣିର ଅଭାବ ରହିବ ନାହିଁ ବୋଲି ମତପ୍ରକାଶ ପାଇଛି ।

ତେବେ ଡେବ୍ରିଗଡ ଅଭୟାରଣ୍ୟ ଭିତରେ ଥିବା ବାରବଖରା ପର୍ଯ୍ୟଟନସ୍ଥଳୀ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିବା ବେଳେ ଏସବୁର ଉନ୍ନତି କରାଗଲେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଇତିହାସ ସମସ୍ତଙ୍କ ପାଖେ ପହଞ୍ଚି ପାରିବ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *