ଓଡ଼ିଶା

ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶିଙ୍କ ଶପଥ ଗ୍ରହଣ

ଭୁବନେଶ୍ବର:  ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶି ସୂରଜ । ବାଚସ୍ଫତି ବିକ୍ରମ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧି ଦଳ ନେତାଙ୍କ ସହ ବିରୋଧି ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ । ତେବେ ସୁରଜଙ୍କ ଲୋକପ୍ରୀୟତାକୁ ପୁଞ୍ଜି କରି ପଦ୍ମପୁରରେ ଲଢିବାକୁ ଦଳ ଯୋଜନା କରିଥିବା ବିଜେପିର ବରିଷ୍ଠ ନେତା କହିଛନ୍ତି । କଂଗ୍ରେସ ଓ ବିଜେଡ଼ି ମଧ୍ୟ ନୂଆ ଷ୍ଟ୍ରାଟେଜି ସହ ପଦ୍ମପୁର ମୈଦାନକୁ ଓହ୍ଲାଇବା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ମୋଦୀଙ୍କ ଷ୍ଟାଇଲରେ ସୂରଜଙ୍କ ବିଧାନସଭା ଏଣ୍ଟ୍ରୀ । ସୂର୍ଯ୍ୟବଂଶିଙ୍କ ବିଜୟ ବିଜେପି ପାଇଁ ନୂଆ ସୂର୍ଯ୍ୟଦୋୟ । ଧାମନଗରର ମୈାଳିକ ସମସ୍ୟା ଦୂର କରିବାକୁ ଦେଲେ  ପ୍ରାଥମିକତା । ଧାମନଗର ବିଜୟ ପରେ ବିଧାନସଭାରେ ବିଧାୟକ ଭାବେ ଶପଥ ନେଲେ ସୂରଜ । ତେବେ ସବୁଠାରୁ ବଡ଼ କଥା ହେଲା ୨୦୧୪ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଆସିବା ବେଳେ ଯେମିତି ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ ଠିକ୍ ସେହିପରି ସୂରଜ ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି । ବାଚସ୍ଫତି ବିକ୍ରମ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିଧାନସଭାକୁ ଆସିବା ପୂର୍ବରୁ ତାଙ୍କୁ ବିଜେପି କାର୍ଯ୍ୟାଳୟରେ ପାରମ୍ପରିକ ବାଦ୍ୟ ସହ ସ୍ୱାଗତ କରାଯାଇଥିଲା । ଦଳର ବରିଷ୍ଠଙ୍କ ଆଶୀର୍ବାଦ ନେଇ ଶପଥ ଗ୍ରହଣ କରିବାକୁ ଆସିଥିଲେ ସୂରଯ । ତେବେ  ହାତରେ ମାତ୍ର ୧୮ ମାସ ସମୟ ଥିବାରୁ ଅଞ୍ଚଳର ମୌଳିକ ସମସ୍ୟା ଦୂର କରିବି ବୋଲି କହିଛନ୍ତି ।

ସେପଟେ ଧାମନଗର ବିଜୟୀର ସାରଥି ସୂର୍ଯ୍ୟବଂଶି ପଦ୍ଣପୁରରେ ପ୍ରଚାର ମଙ୍ଗ ଧରିବେ । ତାଙ୍କ ଶାନ୍ତ ସରଳ ସ୍ୱଭାବ ଧାମନଗରରେ ଯେମିତି ପ୍ରଭାବି ହୋଇଥିଲା ଠିକ୍ ସେହିପରି ପଦ୍ମପୁରବାସୀଙ୍କ ମନ ଜିଣିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି । ପଦ୍ମପୁର ଦଖଲ କରି ସାଧାରଣ ନିର୍ବାଚନ ପାଇଁ ରାସ୍ତା ପ୍ରଶସ୍ତ କରିବାକୁ ଦମ୍ଭୋକ୍ତି କରିଛନ୍ତି ବିରୋଧି ଦଳ ନେତା । ପଦ୍ମପୁରରେ କଂଗ୍ରେସର ସ୍ଥିତି ଭଲ ରହିଛି । ଭଲ ପ୍ରାର୍ଥୀ ମଧ୍ୟ ସେଠାରେ ରହିଛନ୍ତି । ଏହାସହ ବିଜେପି ଓ ବିଜେଡ଼ି ପରି ଟଙ୍କା ଖର୍ଚ୍ଚ କରି କଂଗ୍ରେସ ବିଜୟୀ ହେବ  ବୋଲି କଂଗ୍ରେସ ବିଧାୟକ ତାରା ବାହୀନିପତି କହିଛନ୍ତି । ଏପଟେ ପଦ୍ମପୁର  ବିଜେଡ଼ିର ସିଟ ଥିଲା । ତେଣୁ  ବହୁ ଭୋଟରେ ବିଜେଡ଼ି ସେଠାରେ ଜିତିବ ବୋଲି ଦଳ କହିଛି ।

ତେବେ ଧାମନଗର ଉପ ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ପରେ ଏବେ ପଦ୍ମପୁରରେ ପଦ୍ମ ଫୁଟାଇବାକୁ ଲକ୍ଷ ରଖିଛି । ଏପଟେ ବିଜେଡ଼ି ପାଇଁ ପଦ୍ମପୁର ସମ୍ମାନର ପ୍ରସଙ୍ଗ ହୋଇଥିବାରୁ ମାଳ ମାଳ ନେତା ସେଠାରେ ଡ଼େରା ପକାଇଲେଣି । ହେଲେ କଂଗ୍ରେସର ମଙ୍ଗୁଆଳ ଭାରତ ଯୋଡ଼ ଯାତ୍ରାରେ ମାତିଥିବା ବେଳେ ପଦ୍ଣପୁରରେ ନେତା ସଙ୍କଟ ଦେଖା ଦେଇଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button