ଓଡ଼ିଶାକଟକଦୁର୍ଘଟଣା

ସ୍କୁଲ ଗେଟ ପଡି 7 ବର୍ଷୀୟ ନାବାଳକ ମୃତ୍ୟୁ

 କଟକ: ସ୍କୁଲର ଗେଟ ପଡି ଜଣେ ନାବାଳକ ମୃତ୍ୟୁ । ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ । ମୃତକ ଜଣକ ହେଲେ ସତ୍ୟବାଦୀର ଅଞ୍ଚଳର ଚିକୁ ନାୟକ ।

ମିଳିଥିବା ସୂଚନା ଅନୁଯାୟୀ ଚିକୁ ପ୍ରତିଦିନ ସ୍କୁଲ ପରିସର ଭିତରେ ଖେଳାଖେଳି କରନ୍ତି । ଶୁକ୍ରବାର ମଧ୍ୟ ସେ ସ୍କୁଲ ଗେଟ ନିକଟରେ ଖେଳୁଥିଲେ । କିନ୍ତୁ ହଠାତ ଗେଟଟି ତାଙ୍କ ଉପରେ ଖସି ପଡିଥିଲା । ଚିକୁ ଗେଟ ତଳେ ଚାପିହୋଇ ଯିବାରୁ ସେ ଗୁରୁତର ଆହତ ହୋଇଯାଇଥିଲେ । ତେବେ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ନାବାଳକ ଜଣକୁ ଆଠଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏବଂ ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଛି । ସ୍କୁଲ ଗେଟଟି କିପରି ପଡିଲା , ଗେଟଟି ଠିକ ଭାବରେ ଲାଗିଥିଲା କି ନାହିଁ ,ଗେଟଟି କଳଙ୍କି ଖାଇଥିଲା କି ଯଦି କଳଙ୍କି ଖାଇଥିଲା ସ୍କୁଲର ପ୍ରଧାନ ଶିକ୍ଷକ ଏସମ୍ପର୍କରେ କାହିଁକି ନଜର ଦେଉନଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ନାବାଳକର ମୃତ୍ୟୁରେ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published.

Back to top button