ଓଡ଼ିଶା

୧୩ କୋଟିର ବସଷ୍ଟାଣ୍ଡରେ ଚାଲିଛି ତହସିଲ ଅଫିସ

() ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହୋଇଛି ୧୩ କୋଟି ଟଙ୍କା । ବଡ ବସଷ୍ଟାଣ୍ଡ ହୋଇଛି , ଅଧିକ ଗାଡି ଯିବା ଆସିବା କରିବା ପାଇଁ ସମସ୍ତ ସୁବିଧା ସହ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ବସ ଚଳାଚଳ ବଦଳରେ ଏଠାରେ କରାଯାଇଛି ତହସିଲ କାର୍ଯ୍ୟାଳୟ। ସରକାରଙ୍କ  ପକ୍ଷରୁ ଅତ୍ୟାଧୁନିକ ବସ ଟର୍ମିନାଲଟି କରାଯାଇଥିଲା । କିନ୍ତୁ 6 ବର୍ଷ ବିତି ଯାଇଥିଲେ ବି ତାହାର ଲକ୍ଷ୍ୟ ପୁରଣ ହୋଇ ନାହିଁ । ଯାହାକୁ ନେଇ ସହର ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ବ୍ରହ୍ଣପୁର ହଳଦିଆପଦର ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହୋଇଛି ୧୩ କୋଟି ଟଙ୍କା । ବଡ ବସଷ୍ଟାଣ୍ଡ ହୋଇଛି, ଅଧିକ ଗାଡି ଯିବା ଆସିବା କରିବା ପାଇଁ ସମସ୍ତ ସୁବିଧା ସହ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁର୍ଘଟଣାରୁ ବର୍ତ୍ତିବା ସହ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ବସଷ୍ଟାଣ୍ଡ କୁ କରିବାର ମୁଖ୍ୟ ଉଦେଶ୍ୟ ଥିଲା । କିନ୍ତୁ ବିଡମ୍ୱନାର କଥା ବସଷ୍ଟାଣ୍ଡ ବଦଳରେ ଏଠି ହୋଇଛି କନିସି ତହସିଲ କର୍ଯ୍ୟାଳୟ। କନିସି ଠାରେ ଥିବା ତହସିଲ କାର୍ଯ୍ୟଳୟ ଟି ବିପଦ ସଂକୁଳ ପାଲଟି ଥିବାବେଳେ, ସେହି ତହସିଲ କାର୍ଯ୍ୟଳୟ ଟି ହଳଦିଆପଦର ଅତ୍ୟାଧୁନିକ ବସ ଟର୍ମିନାଲକୁ ସ୍ଥାନାନ୍ତରିତ କରାଯାଇଛି।  କିନ୍ତୁ ବିଭିନ୍ନ ଆଳ ଦେଖାଇ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ବସଷ୍ଟାଣ୍ଡ ତାର ଉଦେଶ୍ୟ ପୂରଣ କରିପାରି ନାହିଁ, ଯାହାକୁ ନେଇ ଜନସାଧାରଣଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ।

ବ୍ରହ୍ମପୁର ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ ନେଇ ଗତ ୨୦୧୩ ମସିହାର ଅକ୍ଟୋବର ୩ରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ଏହା ପରେ ବ୍ରହ୍ମପୁର ସହରରେ ରହିଥିବା ସିଟି ବସଷ୍ଟାଣ୍ଡକୁ ହଳଦିଆପଦର ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ସ୍ଥାନାନ୍ତର ନେଇ ପ୍ରଶାସନ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏଥିରେ ବସ ମାଲିକ ମାନେ ଅମଙ୍ଗ ହେବା ସହିତ ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ । ଜାତୀୟ ରାଜପଥ କଡ଼ରେ ବସଷ୍ଟାଣ୍ଡଟି ରହିଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବାର ସମ୍ଭବନା ରହିଥିବା ନେଇ ପ୍ରତିବାଦ ହେବା ପରେ ବସଷ୍ଟାଣ୍ଡକୁ ଲାଗି ଜାତୀୟ ରାଜପଥରେ ନିର୍ମାଣ କରାଗଲା ଓଭରବ୍ରିଜ । ଏହି ଓଭରବ୍ରିଜ ଗତ ଏକ ମାସ ହେଲା କାର୍ଯ୍ୟକ୍ଷମ ମଧ୍ୟ ହୋଇଛି । କିନ୍ତୁ ନିର୍ମାଣର ୬ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇ ନାହିଁ । ଯାହା ଏକ ନିନ୍ଦନୀୟ ବିଷୟ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେବେ ବସଷ୍ଟାଣ୍ଡରେ ତହସିଲ କାର୍ଯ୍ୟାଳୟ ହେବା କେତେ ଯୁକ୍ତିଯୁକ୍ତ ତାସହ ବସଷ୍ଟାଣ୍ଡକୁ କେବଳ ବସ ଚଳାଚଳ ନିମନ୍ତେ ବ୍ୟବହାର କରାଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ।

୧୩ କୋଟି ଟଙ୍କା ବେୟ ଅଟକଳରେ ହୋଇଥିବା ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ବିଭିନ୍ନ ସମସ୍ୟା ଦେଖାଇ ଦୀର୍ଘ 6 ବର୍ଷ କାର୍ଯ୍ୟକ୍ଷମ ନ ହୋଇ ରୁଗୁଣ ଅବସ୍ଥା କୁ ଚାଲିଯାଇଥିବାବେଳେ, ଏବେ ୬ ବର୍ଷ ପରେ ବସ ଷ୍ଟାଣ୍ଡ ବଦଳରେ ତହସିଲ କାର୍ଯ୍ୟଳୟ ରୂପେ କାର୍ଯ୍ୟକ୍ଷମ ହେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button