
ଭୁବନେଶ୍ବର: ରାଜରାସ୍ତାରେ ଶିକ୍ଷକ । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ରାଲି। ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବି ନେଇ ପ୍ରାଥମିକ ଶିକ୍ଷକ ମାନେ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି।
ଓଡିଶା ର ସମସ୍ତ ଜିଲ୍ଲା ର ପ୍ରାଥମିକ ଶିକ୍ଷକ ଙ୍କ ସମାଗମ ହୋଇଛି ଗାନ୍ଧୀ ମାର୍ଗରେ l ନିୟନ୍ତ୍ରଣ କରିପାରିଲାନି ପୋଲିସ! ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତେଇ ଦେଇଛି ସଙ୍ଘ l
ଶିକ୍ଷକ ମାନେ ଶୃଙ୍ଖଳା ଜାଣିଛନ୍ତି l ଯଦି ଶୃଙ୍ଖଳିତ ଉପାୟ ରେ ଦାବି ପୂରଣ ନ ହୁଏ ତେବେ ବିଶୃଙ୍ଖଳା ବି ଶିକ୍ଷକମାନେ କରିପାରନ୍ତି ବୋଲି ଖୋଲା ଆହ୍ୱାନ ଦେଇଛି ମହାସଂଘ l ଏପରି ସ୍ଥଳେ ଯଦି ଆନ୍ଦୋଳନ ଆଗକୁ ଲାଗିରୁହେ ତେବେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଉପରେ ମଧ୍ୟ ପ୍ରଭାବ ପଡିପାରେ l ହଜାର ହଜାର ଶିକ୍ଷକଙ୍କ ଏହି ମହାସମାବେଶ ରେ ଯଦି କିଛି ସୁଫଳ ନ ମିଳେ ତେବେ ଆସନ୍ତାକାଲି, ବାକି ରହିଯାଇଥିବା ଶିକ୍ଷକଙ୍କ ମାନଙ୍କୁ ଭୁବନେଶ୍ୱର ଆସି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯିବ ବୋଲି କହିଛି ମହାସଂଘ l
ବିଧାନସଭା ର ଶୀତକାଳୀନ ଅଧିବେଶନ ଚାଲିଥିବାରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି ମହାସଂଘ l ତେବେ ପ୍ରାଥମିକ ଶିକ୍ଷକ ମାନଙ୍କ ଶକ୍ତି ପଦର୍ଶନ ପରେ ସରକାର ଙ୍କ ଅଭିମୁଖ୍ୟ କଣ ହେଉଛି ତାହା ଦେଖିବାର କଥା।
ସିମ୍ପୁଲ ନାୟକଙ୍କ ରିପୋର୍ଟ