ପାଣିପାଗ ଓ ପରିବେଶ

ଏହି ତାରିଖରୁ ଖସିବ ପାରଦ, ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ଖରାରୁ ମିଳିବ ଆଶ୍ୱସ୍ତି!

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ସାରା ରାଜ୍ୟରେ ବର୍ଷୁଛି ଅଗ୍ନି । ଉପକୂଳରୁ ପଶ୍ଚିମ, ଉତ୍ତର ରୁ ଦକ୍ଷିଣ ସବୁଠି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ। ପଶୁପକ୍ଷୀ ଠୁ ନେଇ ଗଛଲତା ସବୁ ନିସ୍ତେଜ। ପ୍ରଚଣ୍ଡ ରୌଦ୍ର ତାପ ରେ ସମସ୍ତେ ଅସ୍ତବ୍ୟସ୍ତ। ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ହିଟ ୱେଭ ସ୍ଥିତି। ସେପଟେ ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ବର, ହୀରାକୁଦ ରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଦିନ ବେଳା ଝାଞ୍ଜି ପବନରେ ବାହାରକୁ ବାହାରିବା ବେଳେ ଦେହ ହାତ ପୋଡି ଗଲା ଭଳି ଲାଗୁଛି। ଏଭଳି ସ୍ଥିତିରେ ଜରୁରୀ କାମ ନଥିଲେ ଘରୁ ବାହରକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ମେ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାତି କମିବା ନେଇ ପାଣିପାଗ ବିଭାଗର ଆକଳନ ସାମାନ୍ୟ ଆଶ୍ୱସ୍ତି ଆଣିବ।

ସେପଟେ ଚାରି ସପ୍ତାହ ହେବ  ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ତାପମାତ୍ରା ୪୪ଡିଗ୍ରୀ ତଳକୁ ଖସୁନାହିଁ I ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ତେବେ ଦିନ ୯ ଟା ପର ଠାରୁ ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛାଇରେ ଆଶ୍ରୟ ନେଉଥିବା ବେଳେ ଥଣ୍ଡା ପାଣି, ଲସି ସରବତ ଦୋକାନରେ ଭିଡ ଦେଖିବାକୁ ମିଳୁଛି । ଅନ୍ୟପଟେ ବାରମ୍ୱାର ବିଦ୍ୟୁତ କାଟ୍  ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ତେବେ ଏପ୍ରିଲ ୩୦ ତାରିଖ ପରେ ପାଗରେ ସାମନ୍ୟ ପରିବର୍ତ୍ତନ ସହ ତାତିରୁ ସାମାନ୍ୟ ମିଳିପାରେ ତ୍ରାହି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Related Articles

Leave a Reply

Your email address will not be published.

Back to top button