ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବସ୍ । ସୂର୍ଯ୍ୟାପେଟ-ଖମାମ ହାଇଓ୍ବେରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଚାଲିଗଲା ୪ ଓଡ଼ିଆ ଶ୍ରମିକଙ୍କ ଜୀବନ । ସୂଚନା ମୁତାବକ, ଗୁରୁବାର ନୂଆପଡା ସିନାପାଲିରୁ ଭାୟା ମାଲକାନଗିରି ହୋଇ ୩୨ ଜଣ ଶ୍ରମିକ ଗୁପ୍ତା ନାମକ ଏକ ଘରୋଇ ବସ୍ ଯୋଗେ ହାଇଦ୍ରାବାଦ ଯାଉଥିଲେ । ହେଲେ ଯିବା ସମୟରେ ଶୁକ୍ରବାର ଭୋର ୩.୩୦ ରୁ ୪ଟା ମଧ୍ୟରେ ଚିଭମେଲା ମଣ୍ଡଳର ଆଲିପୁର ଗ୍ରାମ ନିକଟରେ ବସଟିର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ବାଲି ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୪ ଜଣ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now