ଓଡ଼ିଶା

କୁକୁରକୁ ନେଇ ଉତ୍ତେଜନା

() କୁକୁର  ପାଳିବା ସଉକ  ପଡିଲା  ମହଙ୍ଗା l ଇନ୍ଫୋସିଟି ଥାନା  ଅଧୀନ ଏକ ଆପାର୍ଟମେଣ୍ଟରେ କୁକୁର  କାମୁଡ଼ାରେ ୮ ବର୍ଷର ଛୁଆ  ଗୁରୁତର ଅବସ୍ଥାରେ  ଘରୋଇ  ହସ୍ପିଟାଲ ରେ ଭର୍ତ୍ତି l ଥାନାରେ  ମୁହାଁମୁହିଁ ପରିବାର  ଲୋକ ଏବଂ କୁକୁରର ମାଲିକଣୀ  l ଅନ୍ୟପଟେ ପଶୁପ୍ରେମୀ ଓ ପରିବାର  ଲୋକଙ୍କ ମଧ୍ୟରେ  କଲୋନୀରେ ଖଣ୍ଡଯୁଦ୍ଧ l

ବିଦେଶୀ କୁକୁର କୁ ନେଇ ଇନ୍ଫୋସିଟି ଥାନା  ଅନ୍ତର୍ଗତ ତପସ୍ୱିନୀ  ଆପାର୍ଟମେଣ୍ଟରେ ତେଜିଛି ବିବାଦ। ୮ ବର୍ଷର ଶିଶୁକୁ ପୋଷା କୁକୁର କାମୁଡିବା ପରେ ଏବେ ଅଶାନ୍ତ ହୋଇପଡିଛି ପରିବେଶ। ଗତ  ୬ ତାରିଖ ଦିନ  ଆପାର୍ଟମେଣ୍ଟରେ ଶ୍ରାବଣୀ ପଟନାୟକ କୁକୁର ବୁଲାଉଥିବା ବେଳେ ମାଲିକାଣୀଙ୍କ ହାତ ରୁ ଖସି ସେଠାରେ ଯାଉଥିବା ଶିଶୁ ଅର୍ଜୁନଙ୍କ ଉପରକୁ ଡେଇଁ ତାକୁ ଝୁଣି ପକାଇଥିଲା କୁକୁର।ଶିଶୁଟିକୁ ଗୁରୁତର  ଅବସ୍ଥାରେ ଏକ ଘରୋଇ  ହସ୍ପିଟାଲ ରେ ଭର୍ତି  କରାଯାଇଥିଲା  । ଏ ନେଇ ଇନ୍ଫୋସିଟି ଥାନାରେ  ଏକ ଅଭିଯୋଗ  ହେଲା ପରେ  ବି ମାଲିକଣୀ କୁକୁରକୁ  ଛାଡିବାକୁ  ନାରାଜ l ଅନ୍ୟପଟେ ବିଏମସି ପାଖରେ ଆଜି  ଶିଶୁଟିର ପରିବାର ଲୋକ ଅଭିଯୋଗ କରିବା ପରେ  କୁକୁରଟି ସେଠାରୁ ଯଥାଶୀଘ୍ର ନେଇଯିବା ପାଇଁ ବିଏମସି ପକ୍ଷରୁ ପ୍ରତିଶୃତି  ମିଳିଛି।

ଅନ୍ୟପଟେ ପଶୁପ୍ରେମୀ ପହଂଚି  କୁକୁର ପାଇଁ ସହାନୁଭୁତି ଦେଖାଇବା  ପରେ  ପ୍ରକାଶ ପାଇଥିଲା ଉତେଜନା l କେଉଁଠି  ରହିବ କୁକୁର ତାକୁ ନେଇ ବେଶ କିଛି ସମୟ ପର୍ଯ୍ୟନ୍ତ କଥା କଟାକଟି ଚାଲିଥିଲା।ଆଉ  ସବୁଠୁ  ଆଶ୍ଚର୍ଯ୍ୟ ର କଥା  ହେଉଛି ଏତେ ପରେ  ବି କୁକୁରର ମାଲିକାଣୀ କୌଣସି  ପ୍ରତିକ୍ରିୟା ଦେବାକୁ ନାରାଜ।

Leave a Reply

Your email address will not be published.

Back to top button