Balangir

୮୦ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର: ଟିଟିଲାଗଡ଼ କଣ୍ଟାବାଞ୍ଜିର ଏକ ଲଜରେ ପୋଲିସ ଚଢାଉ କରିଛି। ଲଜରୁ ୮୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଏବଂ  ଘଟଣାରେ ୭ ଜଣଙ୍କୁ ଅଟକ ରଖାଯାଇଛିl କଣ୍ଟାବାଞ୍ଜି ପୋଲିସ ଏସଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ ରେ ଚଢ଼ାଉ କରିଥିଲେ।  ସେମାନେ ଜୁଆ ଖେଳୁଥିଲେ ଏବଂ ତାଙ୍କ ପାଖରୁ ତାସ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଦାଦନ ଶ୍ରମିକ ମାନଙ୍କୁ ଅଗ୍ରିମ ଟଙ୍କା ଦେବା ପାଇଁ ଆସିଥିବା ସନ୍ଦେହ କରାଯାଉଛି । 

Related Articles

Leave a Reply

Your email address will not be published.

Back to top button