Latest Newsଓଡ଼ିଶା

ମହାନଦୀରେ ଭାସୁଛି ଅଜଣା ଯୁବତିଙ୍କ ମୃତଦେହ

ମହାନଦୀରେ ଭାସୁଛି ଅଜଣା ଯୁବତିଙ୍କ ମୃତଦେହ । ମୁଣ୍ଡଳୀ ବ୍ରୀଜ ଠାରୁ ୨କିମି ଦୂର ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଯୁବତି ଜଣକ କଳା ରଙ୍ଗର ପ୍ୟାଣ୍ଟ ଓ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଗତ ଦୁଇଦିନ ତଳେ ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ଭୂବନେଶ୍ବର ସୁନ୍ଦରପଦା ଅଞ୍ଚଳର ଜଣେ ଯୁବତି ନିଖୋଜଥବାରୁ ତାଙ୍କର ମୃତଦେହ ବୋଲି ସନ୍ଦେହ କରାଯାଉଛି ।  ପୋଲିସ ଉପସ୍ଥିତରେ ଘରଲୋକେ ଚିହ୍ନଟପରେ ତାହା ସ୍ପଷ୍ଟ ହେବ ।  OD02BE 0396 ସ୍କୁଟିଟି ମୁଣ୍ଡଳୀ ବ୍ୟାରେଜ ଉପରେ ଥୋଇ ପାଣିକୁ ଡେଇଁ ଥିବା ଚର୍ଚ୍ଚା ହେବା ପରେ ପୋଲିସ ପହଞ୍ଚି ଖୋଜାଖୋଜି କରୁଥିଲା ।

Leave a Reply

Your email address will not be published.

Back to top button