ଭୁବନେଶ୍ୱର : ଗାଡିରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲଟିଡି) ଓ ପାନିକ ବଟନ୍ସ ଡିଭାଇସ୍ ଲଗାଇବା ଅବଧି ୪ ମାସ ବୃଦ୍ଧି କରାଯାଇଛି । ଭିତ୍ତିଭୂମି ଅଭାବ ଦର୍ଶାଇ ଏଥିପାଇଁ ଅବଧି ବଢ଼ାଇଛି ପରିବହନ ବିଭାଗ । ଭିଏଲଟିଡି ଓ ପାନିକ ବଟନ୍ସ ଡିଭାଇସ୍ ଲଗାଇବା ଅବଧି ପୂର୍ବରୁ ଅଗଷ୍ଟ ୩୧ ରହିଥିଲା । ବର୍ତ୍ତମାନ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜୀକୃତ ହେଉଥିବା ଗାଡି ପାଇଁ ଡିସେମ୍ବର ୩୧ ରହିବ ଡେଡ୍ଲାଇନ । ଅନ୍ୟପକ୍ଷରେ ଅକ୍ଟୋବର ପହିଲାରୁ ପଞ୍ଜୀକୃତ ଗାଡ଼ିରେ ଡିଭାଇସ୍ ଲାଗିକି ଆସିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now