ଓଡ଼ିଶା

ଡ଼ମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ଚୂଡାନ୍ତ ନିଷ୍ପତ୍ତି

ଭୁଆଶୁଣି ଡ଼ମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ହେବ ଚୂଡାନ୍ତ ନିଷ୍ପତ୍ତି। ଆଜି ଲୋକସେବା ଭବନରେ 11ଟା 30ମିନିଟ ସମୟରେ ଉଚ୍ଚସ୍ତରୀୟ ବୈଠକ ବସିବ । ତେବେ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ରହିବେ । ଏହି ଆଲୋଚନାରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ସାମିଲ ହେବେ ବୋଲି ଜଣାପଡିଛି। 3 ସପ୍ତାହରୁ ଅଧିକ ଦିନ ଧରି ଭୁଆଶୁଣି ଡ଼ମ୍ପିଂୟାର୍ଡ ଅଚଳ ପଡିଛି । ତେବେ ବିବାଦର ସମାଧାନ ହେଲେ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.

Back to top button