ଓଡ଼ିଶା

ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର: ଘନଉଛି ଲାଲିଙ୍ଗରାଜ ମନ୍ଦିର ବିବାଦ। ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି। ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ସେପଟେ ପଇତା ଲାଗି ନୀତି ନେଇ ୨୦୧୯ ରୁ ବିବାଦ ଲାଗି ରହିଛି। ତେବେ ଗତକାଲି ସନ୍ଧ୍ୟା ଧୂପ ଠାରୁ ନୀତିକାନ୍ତି ବନ୍ଦ ରହିଛି। ନୀତି ବିଭ୍ରାଟ ହୋଇଥିବାରୁ ଏପର୍ଯ୍ୟନ୍ତ ଠାକୁରଙ୍କ କୌଣସି ନୀତି ହୋଇନାହିଁ। ପୂରା ଘଟଣାକୁ ନେଇ ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ରହିଛି। ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ମନ୍ଦିର ପ୍ରଶାସନ। ତେବେ ଏହି ଘଟଣା ପାଇଁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ଦାୟୀ କରିଛନ୍ତି ସେବାୟତ। ଏସବୁ ଭିତରେ କିନ୍ତୁ ସ୍ୱାଭାବିକ ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ଆଜି ଶ୍ରାବଣ ଚତୁର୍ଦଶୀ ଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କର ପଇତା ଲାଗି ନୀତି ହୋଇଥାନ୍ତା। ଯାହା ବିବାଦ ପାଇଁ ବନ୍ଦ ରହିଛି। ଅନ୍ୟପଟେ ଭକ୍ତଙ୍କମାନଙ୍କ ମନରେ ଅଶୋନ୍ତ ପ୍ରକାଶ ପାଇଛି। ବିବାଦକୁ ନେଇ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଉଚିତ୍ ନୁହେଁ ବୋଲି ଭକ୍ତମାନେ କହିଛନ୍ତି।  

Leave a Reply

Your email address will not be published.

Back to top button