ଅବିଭାଗିକୃତ

୧୯ରେ ଗ୍ରିଡକୋ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ କାଟ୍ ସମସ୍ୟା ନେଇ ଆସନ୍ତା ୧୯ ତାରିଖରେ ଗ୍ରିଡକୋ ଅଫିସ ଘେରାଉ କରିବ କଂଗ୍ରେସ । ଏହାପରେ ସମସ୍ତ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ସହ ଛଳନାର ଖେଳ ଖେଳୁଛନ୍ତି ଉଭୟ ବିଜେପି ଓ ବିଜେଡ଼ି । ଲୋକଙ୍କୁ ହଇରାଣ କରିବାକୁ ବିଜେପି ଓ ବିଜେଡ଼ି ପ୍ରତିଯୋଗିତା କରୁଛନ୍ତି । ବିଜେଡି ଗ୍ୟାସ ପାଇଁ ଓ ବିଜେପି ବିଦ୍ୟୁତ୍ କଥା କହି ଖେଳ ଖେଳୁଛନ୍ତି । ୨୦ ହଜାର କୋଟି ଟଙ୍କା ଭିତିଭୂମି ସଜାଡିବାକୁ ଦେଇଛନ୍ତି । ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି । ଆଉ ୧୫ ହଜାର କୋଟି କୁଆଡେ ଗଲା । ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ସ୍ଥିତି ସୁଧୁରି ଥାଆନ୍ତା ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

Related Articles

Leave a Reply

Your email address will not be published.

Back to top button