ଓଡ଼ିଶାଶିକ୍ଷା/ଗବେଷଣା

ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଂଚା, ପୂର୍ବଭଳି ହେବ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ଢାଂଚାରେ ପରିବର୍ତନ କରାଯାଇଛି । ପୂର୍ବ ପ୍ରଚଳିତ ୨ଟି ସମ୍ମେଟିଭ୍ ପରୀକ୍ଷା କରାଯିବ ନାହିଁ । କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ । ଇଂଟରନାଲ ଆସେସମେଂଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସେହିପରି ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ବୋର୍ଡ ପ୍ରଶ୍ନପତ୍ର ସବୁ ଡିଇଓଙ୍କୁ ପଠାଇବ । ତା’ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ । ସ୍କୁଲ ପରୀକ୍ଷା ପରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଦୁଇଟି ଲେଖାଏଁ ସମ୍ମେଟିଭ୍ ପରୀକ୍ଷା କରିଥିଲା । ଏବେ କିନ୍ତୁ କୋଭିଡ୍ ଭୟ ଅଟିଛି । ପିଲାମାନେ ସ୍କୁଲ ଆସୁଛନ୍ତି । ଶ୍ରେଣୀ ଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି ।ତେଣୁ ପୂର୍ବଭଳି ମାଟ୍ରିକ୍ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତି ନେଇଛି ।

Leave a Reply

Your email address will not be published.

Back to top button