ଓଡ଼ିଶାରାଜନୀତି

ବିଜୁ ଅନୁଗାମୀଙ୍କୁ କରାଯାଉଛିକି ପାୱାରଲେସ ?

ବିଜେଡି ରେ ଶେଷ ହେଉଛି କି ବିଜୁଇଜିମ୍ ? ବିଜୁ ଅନୁଗାମୀ କୁ ଦଳରୁ ଦୁରେଇ ରଖିବା ପ୍ରକିୟା ଏବେ ଚୁଡାନ୍ତ ପର୍ଯ୍ୟାୟରେ ଥିଲା ଭଳି ଲାଗୁଛି । ୯୦ ଦଶକରେ ରାଜନୀତି ଆରମ୍ଭ କରିଥିବା ନେତା ଓ ବିଜେଡି ଗଠନ ସମୟରେ ପ୍ରତିଷ୍ଠାତା ସଦସ୍ୟ ଥିବା ପ୍ରାୟ କେହି ନାହାଁନ୍ତି କହିଲେ ଚଳେ। କିଛି ହାତ ଗଣିତ ବାକି ରହିଥିବା ବେଳେ ସେମାନଙ୍କ ପାଇଁ ବାଜିଲାଣି ସତର୍କ ଘଣ୍ଟି । ଖାଲି ପୁରୁଖା ନୁହଁନ୍ତି ୨୦୦୦ ମସିହାରୁ ବିଜେଡି ରାଜନୀତିରେ କାୟା ବିସ୍ତାର କରିଥିବା ନେତା ଙ୍କୁ ମଧ୍ୟ୍ୟ ପାୱାରଲେସ କରିବାର ମୁଳଦୁଆ ପଡିଲାଣି । ରାଜ୍ୟସଭା ନିର୍ବାଚନ ବିଭିନ୍ନ ନିଗମ ପଦ୍ଦ ରଦ୍ଦ ଓ ପରେ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ରୁ ଏକଥା ଅବୁଝା ନାହିଁ । ମନ୍ତ୍ରୀ ହୋଇଥିବା କିଛି ପୁରୁଖା ଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇସାରା ଦିଆଯାଇଛି ।


ବିଜୁ ଙ୍କ ଅମଳରେ ରାଜନୀତି ଆରମ୍ଭ କରିଥିବା ନେତାଙ୍କ ମଧ୍ୟରେ ରାଜା ସ୍ୱାଇଁ ଓ ପ୍ରମିଳା ମଲ୍ଲିକ ଏବେ ମନ୍ତ୍ରୀ। ସୂର୍ଯ୍ୟ ନାରାୟଣ ପାତ୍ର , ଅମର ଶତପଥୀ , ଦେବୀ ମିଶ୍ର , ପ୍ରଫୁଲ ସାମଲ, ପଦ୍ମନାଭ ବେହେରା ପ୍ରମୁଖ ବିଧାୟକ ଅଛନ୍ତି । ଏହି ନେତା ମାନେ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୀତି ଆରମ୍ଭ କରିଥିଲେ ମଧ୍ୟ୍ୟ ବର୍ତ୍ତମାନ ଏମାନେ ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହାନ କି । ବିଜେଡିରେ ବାପା ପରେ ପୁଅ ଉତ୍ତରାଧିକାରୀ ରାଜନୀତି ବେଶ ସୁହାଉଛି । ତେଣୁ ଆଶଙ୍କା କରିବାର କିଛି ନାହିଁ । ମଙ୍ଗୁଆଳ ଖୁସି ହେଲେ କ୍ଷମତା ପରିବାର ବାହାରକୁ ଯିବାର ନାହିଁ ।

ପ୍ରଫୁଲ ସାମଲ , ସୂର୍ଯ୍ୟ ପାତ୍ର ଓ ଦେବୀ ମିଶ୍ର ନିଜ ପୁଅ ପାଇଁ କ୍ଷେତ୍ର ସଜାଡୁଥିବା ବେଳେ ସମସ୍ତ ଙ୍କ ଠାରୁ ଆଗରେ ଅଛନ୍ତି ପ୍ରଫୁଲ ସାମଲ ଙ୍କ ପୁଅ ଲୁଲୁ ସାମଲ । ଲୁଲୁ ଏକାଧିକ ଦାମି ଗାଡି ଚଢିବା ସୌକ ପାଇଁ ବିଜେଡି ରାଜନୀତିରେ ବେଶ ଚର୍ଚ୍ଚିତ। ୨୦୦୦ ମସିହାରୁ ସକ୍ରିୟ ରାଜନୀତିରେ ଅଛନ୍ତି। କିନ୍ତୁ ତାଙ୍କ ସହ ବରପଦା ଇଞ୍ଜିନିୟରିଂ କଲେଜ ବିବାଦ ମଧ୍ୟ୍ୟ ରହିଛି । ସଞ୍ଜୟ ଦାସବର୍ମା ମନ୍ତ୍ରୀ ଥିବା ସମୟରେ ଲୁଲୁ ସାମଲ ଙ୍କ ଦାମୀ ଗାଡି ନେଇ ବ୍ରହ୍ମଗିରି ଯାଉଥିବା ନେଇ ସେତେବେଳେ ପ୍ରଶ୍ନ ଉଠାଇଥିଲେ ଲୁଲୁ ମହାପାତ୍ର । ଦେବୀ ମିଶ୍ର ଙ୍କ କଥା ଯଦି ଦେଖିବେ ତାଙ୍କ ନିର୍ବାଚନ ମଣ୍ଡଳୀ ବଡ଼ମ୍ୱାରେ ବିଜେଡି ବିକଳ୍ପ ନେତା ସୃଷ୍ଟି କରିନାହାଁନ୍ତି ଦେବୀ । ଅମର ଶତପଥୀ ପୁଅ ପାଇଁ ଲାଇନ କ୍ଲିଅର କରୁଛନ୍ତି ସେଥିପାଇଁ ତ ଆଜି କାଲି ଗଣମାଧ୍ୟ୍ୟମ ବାଇଟ ଠାରୁ ଦୁରେଇ ରହୁଛନ୍ତି ।

ମୁହଁ ଖୋଲିଲେ ପୁଅ ପାଇଁ ବିପଦ ହେବନି ତ । ପ୍ରଫୁଲ୍ଲ ଘଡ଼େଇ ପୁଅ ପ୍ରୀତିରଞ୍ଜନଙ୍କ ବାଟ କେବେଠୁ ସୁଗମ କରିସାରିଥିଲେ। ବିଜୟଶ୍ରୀ ରାଉତରାୟ ସାନ ପୁଅ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ନିର୍ବାଚନରେ ଓହ୍ଲାଇବାକୁ ୨୦୧୯ରୁ ଆପେ ଆପେ ଦୂରେଇ ଯାଇଥିଲେ। କଳ୍ପତରୁ ଦାସ ପୁଅ ପ୍ରଣବ ବଳବନ୍ତରାୟଙ୍କ ଆସନ ସୁରକ୍ଷିତ କରିବାରେ ସଫଳ ହୋଇଥିଲେ। ବିଜୟଶ୍ରୀ ଓ କଳ୍ପତରୁ ଆରପାରିରେ। ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପରେ କିନ୍ତୁ ନବୀନଙ୍କ ସଦୟ ଦୃଷ୍ଟି ପଡ଼ୁନି। ପାଟ୍ଟଶାଣୀ ଅବଶ୍ୟ ବିଜୁ ଗୁଣଗାନ କରୁଛନ୍ତି। କିନ୍ତୁ ଫରକ ପକାଉନି କ୍ଷମତା କେନ୍ଦ୍ରକୁ।
୨୦୦୦ ମସିହାରୁ ବିଜେଡି ରେ ଯେଉଁ ହାଇଭୋଲଟେଜ ଯୁବ ନେତା ମାନେ ରାଜନୀତିରେ ପ୍ରବେଶ କରି କ୍ଷମତାଶାଳୀ ହୋଇଥିଲେ ଆଜି ସେମାନଙ୍କୁ ଦୂରେଇ ଦିଆଯାଉଛି ।

ସଞ୍ଜୟଦାସ ବର୍ମା ଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଦିଆଯିବା ସମୟରୁ ଜିରୋ କରାଯାଇଥିଲା ଆଉ ଏବେ ଆଉଟ୍‌ । ପ୍ରତାପ ଜେନା , ଅରୁଣ ସାହୁ , ପଦ୍ମନାଭ ବେହେରା ,ସୁଦାମ ମାର୍ଣ୍ଡିଂ ଙ୍କୁ ମନ୍ତ୍ରୀ ପଦରୁ ବାଦ୍‌ ଦିଆଯାଇଥିବା ବେଳେ ଆଗକୁ କଣ ହେଉଛି ତାହା କହିବା କଷ୍ଟ । କାରଣ ମାଇନସ୍ ନବୀନ ସମସ୍ତେ ଜିରୋ। ଆଉ ବିରୋଧୀ ବି ସବଳ ନୁହଁନ୍ତି ।
ଜିରୋ କୁ ହିରୋ ଓ ହିରୋ କୁ ଜିରୋ କରିବାରେ ନବୀନ ସରପ୍ରାଇଜ ମାଷ୍ଟର । ମିଡିଆର ସ୍ପେକୁଲେସନ ଓ ପଲିଟିକାଲ କାଲ୍‌କୁଲେସନରୁ ବହୁ ଉର୍ଦ୍ଧ୍ୱରେ ନବୀନଙ୍କ ଷ୍ଟ୍ରାଇକ୍‌ ଓ ଷ୍ଟାଟେଜି ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button