ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ : ତାରା ପ୍ରସାଦ ବାହିନୀପତି

Spread the love

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜ୍ୟରେ ରାଜନୈତିକ ବୟାନବାଜୀ ଜୋର ଧରିଥିବା ବେଳେ ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ବାହିନୀପତି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରତ୍ନଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ପ୍ରଶ୍ନ କରିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ଓଡ଼ିଶାବାସୀଙ୍କ ପାଇଁ ସ୍ୱାଭିମାନର କଥା । ଦୀର୍ଘଦିନରୁ କମିଶନ ଗଠନ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା କଥା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିବା କଥା ସେ ଜାଣିନାହାନ୍ତି । ତାଙ୍କ କଥାରୁ ଲାଗୁଛି ବୋଧହୁଏ ସେ ଓଡ଼ିଶାର ମନ୍ତ୍ରୀ ନୁହଁନ୍ତି । ମନ୍ତ୍ରୀ କହିବା ଅର୍ଥ ସରକାର ଜାଣିନାହାନ୍ତି, ଏହା ନିନ୍ଦନୀୟ କଥା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *