ମୋଦି ସରକାରଙ୍କ ୯ ବର୍ଷର ମହିଳା କଲ୍ୟାଣକୁ ଗାଁ-ଗାଁକୁ ନେବ ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ମୋଦି ସରକାରରେ ମାଁ ଓ ଭଉଣୀଙ୍କ ସମ୍ମାନକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କଲ୍ୟାଣମୁଳକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ସ୍ୱଚ୍ଛଭାରତ ଯୋଜନାରେ ଶୈାଚାଳୟ ନିର୍ମାଣ. ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଯୋଗାଇବା, ଗର୍ଭବତୀ ଏବଂ ମାତୃତ୍ୱ ସମୟରେ ମାଁ ଓ ଭଉଣୀଙ୍କୁ ‘ମାତୃତ୍ୱ ବନ୍ଦନା ଯୋଜନା’ରେ ଆର୍ଥିକ ସହାୟତା ପ୍ରଦାନ, ‘ବେଟି ବଚାଓ, ବେଟି ପଢାଓ ଯୋଜନା, ‘ସୁକନ୍ୟା ସମୃଦ୍ଧି’ଯୋଜନା, ‘ଜନଧନ ଆକାଉଂଟ’ ।, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ଭଳି ଅନେକ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବାସ୍ତବରେ ଧନ୍ୟବାଦର ପାତ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ ଜଣେ ଜନଜାତି ବର୍ଗର ମହିଳା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ କରିଛନ୍ତି ମୋଦି ସରକାର । ମହିଳା ମୋର୍ଚ୍ଚା ତରଫରୁ ଘରକୁ ଘର ଯାଇ ମୋଦି ସରକାରର ଗତ ୯ ବର୍ଷର ସଫଳତାର ‘ନଅ ସାଲ୍ ବେମିସାଲ୍’ ବାର୍ତାକୁ ପହଂଚାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଗତ ୩୧ ତାରିଖରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ମହା ଜନସଂପର୍କ ଅଭିଯାନରେ ସାମିଲ ହୋଇ ମୋଦି ସରକାରଙ୍କ ସଫଳତା ଓ ଉପଲବ୍ଧତା ଏବଂ ବିଜେଡି ସରକାରର ବିଫଳତା ଓ ମହିଳାବିରୋଧୀ ନୀତିକୁ ପ୍ରସଙ୍ଗ କରି ଘର ଘର ବୁଲି ସଚେତନତା ସୃଷ୍ଟି କରିବ ମହିଳା ମୋର୍ଚ୍ଚା । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୂତନ ଭୋଟରଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରାଯାଇ ଜନଜାଗରଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ମହିଳା ସଶକ୍ତୀକରଣ ପାଇଁ ଗୋଟିଏ ପରେ ଗୋଟିଏ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ବିଭିନ୍ନ କଲ୍ୟାଣମୁଳକ ଯୋଜନାକୁ ବାସ୍ତବ ରୂପ ଦେଉଛନ୍ତି । କିନ୍ତୁ ରାଜ୍ୟରେ ବିଜେଡି ସରକାରର ମହିଳା ବିରୋଧୀ ନୀତି କାରଣରୁ ଆଜି ସେ ସମସ୍ତ ଯୋଜନାର ସୁଫଳ ପାଇବାରୁ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ବଂଚିତ ହେଉଛନ୍ତି । ରାୟଗଡା ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ରାଜ ରାସ୍ତାରେ ପାଣି ପାଇଁ ଆନ୍ଦୋଳନ । କିନ୍ତୁ ନବୀନ ବାବୁ ଗାଁ ଗାଁରେ ମଦ ଦେକାନ ଖୋଲି ମହିଳାଙ୍କ ସୁଖଶାନ୍ତିର ଘର ଉଜାଡି ପାରୁଛନ୍ତି । ମହିଳା ନିର୍ଯ୍ୟାତନା ଓ ଅତ୍ୟାଚାର ବଢିଚାଲିଛି । ଅଧିକାଂଶ କ୍ଷେତ୍ରରେ ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଚିନ୍ତାର କାରଣ ସାଜିଥିବାବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜିଛନ୍ତି । ବିଭିନ୍ନ ମହିଳା ବ୍ୟଭୀଚାରରେ ବି;ଜଡି ନେତା ଓ ମନ୍ତ୍ରୀ ସଂପୃକ୍ତ । ବିଜେଡି ସରକାର ମହିଳାମାନଙ୍କୁ ଭୋଟ ବ୍ୟାଂକ ଭାବେ ବ୍ୟବହାର କରୁଛନ୍ତି । ଟ୍ରେନ ଦୁର୍ଘଟଣା ବେଳେ ବିଜେଡି ନେତା ଓ ନେତ୍ରୀ ମାନେ ସିଙ୍ଗାପୁର ବାହାରି ଗଲେ ସମରକ୍ୟାମ୍ପ କରିବା ଲାଗି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *