ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ । ଗାଁର ଏକ ପରିବାରର ମାଁ , ପୁଅ ଓ ଝିଅ ନିଜ ଘରେ କୀଟନାଶକ ଔଷଧ ପିଇ ଗୁରୁତ୍ତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ କେଉଁ କାରଣ ଯୋଗୁଁ ପରିବାରର ତିନି ଜଣ ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।ମାଁ, ପୁଅ ଓ ଝିଅ ତିନି ଜଣ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି  । ଗତ କାଲି କୌଣସି କାରଣ ଯୋଗୁଁ ପରିବାରର ତିନି ଜଣ ସଦସ୍ୟ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ପରେ ଦୀର୍ଘ ସମୟ ଧରି କବାଟ ଖୋଲି ନଥିବାରୁ ଗାଁ ଲୋକେ ସନ୍ଦେହ କରି କବାଟ କାଡି ଥିଲେ । ଘରେ କୌଣସି ପାରିବାରିକ କଳହ ନଥିବା ଓ ଅର୍ଥ ଅଭାବ ନଥିବା ବେଳେ କେଉଁ କାରଣ ଯୋଗୁଁ ତିନି ଜଣ ବିଷ ପିଇ ଆତ୍ମହତ୍ୟା କଲେ ସେନେଇ ଜାଣିପାରୁନଥିବା କହିଛନ୍ତି ମୃତଙ୍କ ସମ୍ପର୍କୀୟ  । ଏଭଳି ଏକ ଘଟଣା ଖବର ପାଇବା ପରେ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ଏହା ସହ ମୃତ ତିନି ଜଣଙ୍କର ମୃତ ଦେହକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *