ନିର୍ବାଚନ ବିଜୟୀ ହେବା ପାଇଁ ଦଳ ଗୌହାଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି –ମୋହନ ମାଝୀ

Spread the love

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ଭାରତୀୟ ଗୌହଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଗୌହାଟୀ ବୈଠକ ପରେ ଏହା ସ୍ପଷ୍ଟ ହେବ | ବିଜେପି ଫୋକସରେ ଓଡିଶା ପୂର୍ବରୁ ରହି ଆସିଛି । ଆଗାମୀ ଦିନରେ ରାଜ୍ୟରେ ଡବଲ ଇଂଜିନ ସରକାର କରିବ ଏଥିପାଇଁ ବର୍ଷେ ପୂର୍ବରୁ ବିଜେପି ଯୋଜନା ପ୍ରସ୍ତୁତ କରିଛି।

ସେ କହିଛନ୍ତି ଯେ ବିଜେପି 2019ରେ ଥରେ ଫେଲ ହୋଇଛି । ହେଲେ ଯିଏ ଫେଲ ହୁଏ ପାସ କରିବାକୁ ପ୍ରେରଣା ମିଳେ | ଗତଥର ଫେଲ ହୋଇଥିଲୁ ଏଥର ଭଲ ଯୋଜନା କରିଛୁ | ଆମେ ଫେଲ ହୋଇଥିଲୁ କିନ୍ତୁ ଆମର ଭୋଟ ପ୍ରତିଶତ ବଢିଥିଲା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଓଡିଶାକୁ ନେଇ ରାଷ୍ଟ୍ରୀୟ ନେତୃ ମଣ୍ଡଳୀ ସିରିଏସ ଅଛନ୍ତି, ରାଜ୍ୟ ନେତୃତ୍ୱ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇ ଛନ୍ତି | ମେ 30ରୁ ଜୁନ 30 ପର୍ଯ୍ୟନ୍ତ ମହା ଜନ ସମ୍ପର୍କ ଅଭିଯାନର ଅବଧି ଜୁଲାଇ 20ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ବିଜେପି ଏକ ବଡ଼ ଦଳ, ତାର ସ୍ୱତନ୍ତ୍ର ରଣନୀତି ରହିଛି |

Leave a Reply

Your email address will not be published. Required fields are marked *