ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ତିହାରମାନଙ୍କ ରାଜା ପର୍ବ ନୂଆଁଖାଇ। ଭାଇଚାରାର ବାର୍ତ୍ତା ବହନ କରୁଥିବା ପର୍ବ ହେଉଛି ନୂଆଁଖାଇ। ଏଥିପାଇଁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରେ ବେଶ ଉତ୍ସାହର ସହ ପାଳନ କରାଯାଉଛି ଏହି ପର୍ବ। ଘରେ ଘରେ ପିଠାପଣାର ଆସର ଜମି ଥବାବେଳେ ପୂଜା ଵିଧି ପାଇଁ ଚାଲିଛି ଘରେ ଘରେ ପ୍ରସ୍ତୁତି। ତେବେ ଆଜି ଟିଟିଲାଗଡ଼ ସହରର ଆରାଧ୍ୟ ଦେବୀ ମା ଘଣ୍ଟାଶୁଣିଙ୍କ ପୀଠରେ ନୂଆ ଧାନ, ନୂଆ ଚୁଡା, ଗୁଡ଼ରେ ପ୍ରସ୍ତୁତ ନୂଆ ଲାଗି ହେବା ପରେ ସମଗ୍ର ଟିଟିଲାଗଡ଼ବାସୀ ନୂଆଁଖାଇ ପାଳନ କରିବେ। ପୂର୍ବରୁ ବାହାରିଥିବା ଲଗ୍ନ ଅନୁଯାୟୀ ଆଜି ମାଆଙ୍କ ପାଖରେ ଲାଗି ହେବ ନୂଆ ନୂଆ ସାମଗ୍ରୀ ସହ ନୂଆ ଚରୁ। ସକାଳ 10:30 ମିନିଟରେ ମାଆଙ୍କ ପାଖରେ ଲାଗି ହେବ ନୂଆ ଚରୁ। ପରେ ଲୋକେ ୧୦ଟା ୪୦ରୁ ୧ଟା ମଧ୍ୟରେ ନିଜ ନିଜ ପରିବାର ସହ ନୂଆଁଖାଇ ପାଳନ କରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now