ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା

ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ସମସ୍ତ ଲୀଳାଖେଳା ସାରି ବଡଠାକୁର ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ। ଭାଇ, ଭଉଣୀକୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ଫେରିବେ କାଳିଆ ସାଆନ୍ତ। ନାକଚଣା ଦ୍ୱାର ନିକଟରେ ଦକ୍ଷିଣ ମୋଡ ହୋଇ ତିନି ରଥ ଅପେକ୍ଷା କରି ରହିଛନ୍ତି। ଗତକାଲି ନବମୀ ସନ୍ଧ୍ୟା ଦର୍ଶନ କରିଛନ୍ତି ବହୁ ଶ୍ରଦ୍ଧାଳୁ। ତେବେ ସନ୍ଧ୍ୟା ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ପୌରାଣିକ ବିଶ୍ୱାସ ରହିଛି। ତେବେ ଭୋର ୫ଟା ୩୦ରେ ମଙ୍ଗଳ ଆଳତି, ୫ଟା ୩୫ରେ ମଇଲମ, ରୋଷହୋମ, ପରେ ତଡପ ଲାଗି ଏବଂ ଅବକାଶ ପୂଜା ଆରମ୍ଭ ହୋଇଛି। ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
-ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *