ଟମାଟୋ ଦର ଶୁଣି ଛାନିଆ ଗ୍ରାହକ…

Spread the love

ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପରିବା ଦର । ବର୍ଷା ଯୋଗୁଁ ପନିପରିବା ଦରରେ ବୃଦ୍ଧି ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ଏବେ ଶତକ ମାରିଛି ଟମାଟୋ ଦର। ୮୦ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ଟମାଟୋ ଏବେ ୧୦୦ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଅନ୍ୟ ପନିପରିବା ଦର ମଧ୍ୟ ଖୁବ ଅଧିକ ରହିଛି । ତେଜରାତି ସାମଗ୍ରୀ ପରେ ଏବେ ପରିବା ବଜାରରେ ମହଙ୍ଗା ମାଡ଼। ଦରବୃଦ୍ଧି ଯନ୍ତ୍ରଣା ଏବେ ଖାଉଟିଙ୍କୁ କଲବଲ କରୁଛି । ବଜାରରେ  ଅଧିକାଁଶ ପରିବା ଦର ଏକେ ଶତକ ଛୁଇଁବାକୁ ବସିଲାଣି।  ହାଟ ବଜାରରେ  ଆଳୁ କିଲୋ ପିଛା ୩୦ଟଙ୍କାରେ ମିଳୁଥିବା ବେଳେ ଗୋଟିଏ ଦିନରେ ଦର ବଢି ଏବେ ୩୫ଟଙ୍କାରେ ପହଞ୍ଚିଛି। ସେପଟେ କମ ଯୋଗାଣ ଦର ବୃଦ୍ଧିର ମୁଖ୍ୟ କାରଣ ବୋଲ କହିଛନ୍ତି ବ୍ୟବସାୟୀ।

Leave a Reply

Your email address will not be published. Required fields are marked *