ଏବେ ପ୍ରଦୂଷଣର ବଳୟରେ ଛନ୍ଦି ହୋଇପଡିଛି ଅନୁଗୁଳ ଜିଲ୍ଲା । ଜିଲ୍ଲାର ଛେଣ୍ଡିପଦାରେ କିଛି ଖଣି ପାଇଁ ଗଛ କଟା ଆରମ୍ଭ ହୋଇଗଲାଣି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟଲୋକ । ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଆରମ୍ଭ କରିଛି କଚ୍ଛକତା । ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି । ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ବହୁ ମାତ୍ରାରେ ବଢିଯିବ ବୋଲି। ଏଥିପାଇଁ ଆନ୍ଦୋଳନକୁ ଓଲ୍ହାଇଛି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ । ଯାହାକୁ ସମର୍ଥନ କରିଛି ବିଜେଡି ଓ କଂଗ୍ରେସ । ପ୍ରତିବାଦରେ ଆଜି ଏକ ବିରାଟ ଶିଭାଯାତ୍ରାରେ ଆସି ଗଛ କଟା ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା ।
କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ନାରା ଦେଇଥିଲେ । ଏବେ ସେହି ସରକାର ଲକ୍ଷ ଲକ୍ଷ ବଡ଼ ବଡ଼ ଗଛ କାଟିବାକୁ ଅନୁମତି ଦେଇ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀନ୍କ ଉପରେ କଣ ପ୍ରଭାବ ପଡିବ ତାହା ସମସ୍ତଙ୍କୁ ଜଣା । ତଥାପି କମ୍ପାନୀ ପ୍ରୀତି ଯୋଗୁଁ ସରକାର ଓ ପ୍ରଶାସନ ଯେଉଁଭଳି ଭାବେ ଗଛ କଟାକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ଅକ୍ଷମନୀୟ । ଏଥିପାଇଁ ଆଜି ଯେଉଁ ଆନ୍ଦୋଳନ ହୋଇଛି ତାହା ସେତିକିରେ ସରି ଯିବା ନାହିଁ । ଆଗକୁ ଆନ୍ଦୋଳନ ଆହୁରୀ ତୀବ୍ରତର ହେବ ଆଉ ଗୋଟିଏ ବି ଗଛ କାଟିବାକି ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now