ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓଡିଶା ନୃତ୍ୟ ବିଭାଗର ଚତୁର୍ଥ ବର୍ଷ ଛାତ୍ରୀ ସୁନିମା ପ୍ରଧାନ ସାଂସ୍କୃତିକ ସଫଳତା ହାସଲ କରିଛନ୍ତି । ସେ ହେଉଛନ୍ତି ଏହି ଶିକ୍ଷାନୁଷ୍ଠାନର ଇତିହାସରେ ପ୍ରଥମ ତିନିଜଣ କନ୍ଧ ଆଦିବାସୀ ଛାତ୍ରୀଙ୍କ ମଧ୍ୟରୁ ଜଣେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦୁର୍ଗମ ସୁଲିକୁଟି ଗ୍ରାମର ଏହି ଆଦିବାସୀ ଯୁବତୀ ହାସଲ କରିଛନ୍ତି ସିସିଆର୍ଟି ଜାତୀୟ ଯୁବ କଳାକାର ସ୍କଲାରସିପ୍ । ଗୁରୁ ଲିଙ୍ଗରାଜ ପ୍ରଧାନ ଓ ପଙ୍କଜ ପ୍ରଧାନ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଥିଲେ । ସୁନିମାଙ୍କ ଗାଁକୁ ଏଯାବତ୍ ରାସ୍ତା ସଂଯୋଗ ନଥିବା ବେଳେ ଦୁଇ ଭାଇ ଓ ପିତାମାତାଙ୍କୁ ନେଇ ତାଙ୍କ ପରିବାର । ପିତା ସଞ୍ଜିବ ପ୍ରଧାନ, ମାତା ହେମଲତା ପ୍ରଧାନ ଗୁଜୁରାଣ ମେଣ୍ଟାଇବାକୁ ଚାଷ କ୍ଷେତରେ ଖଟିବା ସହ ଅନ୍ୟ ସମୟରେ ଦିନ ମଜୁରିଆ ଭାବେ କାମ କରିଥାନ୍ତି । ଏଭଳି ଏକ ଗରିବ ପରିବାର ଓ ଦୁର୍ଗମ ଅଞ୍ଚଳରୁ ଆସିଥିବା ସୁନିମାଙ୍କ ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now