ୟୁନିଫର୍ମ ସିଭିଲ କୋଡ କୁ ଆଦୀବାସି ମାନଙ୍କ ବିରୋଧ, ଶୋଭାଯାତ୍ରା

Spread the love

ରାଉରକେଲା : କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ ହେବାକୁ ଯାଉଥିବା ୟୁନିଫର୍ମ ସିଭିଲ କୋଡ କୁ ରାଉରକେଲାରେ ଆଦିବାସୀ ମାନେ ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଆଜି ହଜାର ହଜାର ଆଦିବାସୀ ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଉରକେଲା ଏଡିଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।

ସେମାନଙ୍କ କହିବା କଥା, ସମ୍ବିଧାନରେ ସେମାନଙ୍କର ପରିଚୟ ସ୍ଵତନ୍ତ୍ର ରହିଛି । ଏହି ଆଇନ ଲାଗୁ ହେଲେ ଏମାନଙ୍କର ସ୍ଵତନ୍ତ୍ର ପରିଚୟ ଓ ପରମ୍ପରା ଉପରେ ଆଞ୍ଚ ଆସିବ । ସମ୍ବିଧାନର ଧାରା ୧୩(୩), ସମ୍ବିଧାନର ପଚଞ୍ମ ଅନୁସୁଚୀ ଧାରା ୨୪୪(୧), ୨୪୩(ଏମ), ୩୪୩(ଜେଡସି) ଜଙ୍ଗଲ ଅଧିକାର ଆଇନ୨୦୦୬ ଏବଂ ପେଶା ଆଇନ୧୯୯୬ ଇତ୍ୟାଦି ଅଧିକାର ଗୁଡିକ କ୍ଷତିଗ୍ରସ୍ତ ହେବା ସହ ଆଦୀବାସି ମାନେ ଦିଗହରା ହୋଇଯିବେ ତେଣୁ ଆଦିବାସୀ ମାନଙ୍କ ପେଶା ଗ୍ରାମସଭା କୋଅର୍ଡିନେଶନ କମିଟୀ ପକ୍ଷରୁ ଏହାକୁ ବିରୋଧ କରାଜିବା ସହ ପ୍ରତିବାଦ କରାଯାଇଛି ।

Leave a Reply

Your email address will not be published. Required fields are marked *