ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଗାଁ ନେପାଳ

ନୟାଗଡ: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରର ବିଭିନ୍ନ ଯୋଜନା l କେଉଁଠି ଯୋଜନାର ସଫଳ ରୂପାୟନ ହେଉଛି ତ ଆଉ କେଉଁଠି ଯୋଜନା ସାତ ସପନ ହୋଇଛି l ଏବେବି ମୌଳିକ ସୁବିଧାରୁ ବଞ୍ଚିତ ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଗାଁ ନେପାଳ ।
ପାହାଡ଼ ଉପର ଗାଁଟି ର ନାଁ ନେପାଳ l ବାଣ୍ଠପୁର ଗାଁରୁ ଘଞ୍ଚ ଜଙ୍ଗଲ ରାସ୍ତାରେ ୭ କିମି ଗଲେ ନେପାଳ ଗାଁ ପଡେ l ଗାଁରେ ପ୍ରାୟ ୪୦ ପରିବାର ବାସବାସ କରନ୍ତି l ଜୀବନ ଯାପନ ପାଇଁ ଗାଁର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଦେହ ଖରାପ ହେଲେ ଚେର ମୂଳି ଉପରେ ନିର୍ଭରଶୀଳ ଗ୍ରାମବାସୀ l ଆଜିର ଆଧୁନିକ ଯୁଗରେ ଏବେବି ଅବହେଳିତ ଆବସ୍ଥାରେ ଅଛି ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକର ନେପାଳ ଗାଁ।
ଶିକ୍ଷା ବ୍ୟବସ୍ଥା କହିଲେ ଜଙ୍ଗଲ ରାସ୍ତାରେ ୭ କିମି ଚାଲିକି ଗଲେ ଗୋଟିଏ ସ୍କୁଲ ପଡେ l ଜଙ୍ଗଲ ଜନ୍ତୁଙ୍କ ଭୟ ଥିବାରୁ ସ୍କୁଲକୁ ପିଲା ମାନେ ସ୍କୁଲ ଯିବାକୁ ଅମଙ୍ଗ ହୋଇଥାନ୍ତି l ପୂର୍ବରୁ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବା ବେଳେ ଏବେ କିଛି ଦିନ ହେବ ମନରେଗା ଯୋଜନାରେ ରାସ୍ତା ଟିଏ ତିଆରି ହୋଇଛି l ଆଉ ବିଦ୍ୟୁତ ବ୍ୟବସ୍ଥା କଥା ନ କହିବା ଭଲ। ରାତି ହେଲେ ଡିବି ଆଲୁଅ ହିଁ ସାହା ଭରସା। ସେହିପରି ରୋଷେଇ ବାସ ପାଇଁ କାଠ ଜାଳେଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ତେବେ ଯଦି ନୟାଗଡ ବିଧାୟକ ଏହି ଗାଁକୁ ଦୃଷ୍ଟି ଦିଅନ୍ତେ ତେବେ ଗାଁର ବିକାଶ ହୋଇପାରନ୍ତା ବୋଲି ଗାଁ ଲୋକେ କହିଛନ୍ତି। ସେପଟେ ଜ଼ିଲ୍ଲା ପରିଷଦ ସଦସ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ଅଳ୍ପ ଦିନ ମଧ୍ୟରେ ଆଲୋକୀ କାରଣ କରାଯିବ l ରାସ୍ତା ଓ ଅଙ୍ଗନୱାଡିର ସୁବିଧା ମଧ୍ୟ ହୋଇଛି l କିନ୍ତୁ ଲୋକେ ତାର ସୁଫଳ ପାଇପାରୁ ନାହାନ୍ତି।
ନୟାଗଡରୁ ଦେବବ୍ରତ ନାୟକଙ୍କ ରିପୋର୍ଟ….