ଅପରାଧଓଡ଼ିଶା

ତ୍ରିକୋଣୀୟ ପ୍ରେମ ନାଁ ବ୍ଲାକମେଲ ଥିଲା ଆଜେକ୍ସଙ୍କ ମୃତ୍ୟୁର କାରଣ?

() ହଟୁନି  ଆଜେକ୍ସ ଆତ୍ମହତ୍ୟା ଉପରୁ  ପର୍ଦା l ତ୍ରିକୋଣୀୟ ପ୍ରେମ ନାଁ ବ୍ଲାକମେଲ ଆତ୍ମହତ୍ୟାର କାରଣ ତାକୁ ନେଇ   ଖିଅ ଖୋଜୁଛି  ପୋଲିସ l ଡିଜିଟାଲ ତଥ୍ୟ  ବାହାର  କରିବାକୁ  ଖାରବେଳ  ନଗର ଥାନା  ପହଁଚିଛି  ସାଇବର ପୋଲିସ lସପଟେ  ଡିସିପିଙ୍କ ସୂଚନା   ସବୁ  ଦିଗକୁ  ଦୃଷ୍ଟି ଦିଆଯାଇ  ହେଉଛି  ତଦନ୍ତ l

କାହିଁକି ଆତ୍ମହତ୍ୟାର ବାଟ ବାଛିଲେ ଆଜେକ୍ସ? କିଏ ଦେଉଥିଲା ମାନସିକ ଆଘାତ? କିଏ କଲା କାହା ସହ ବିଶ୍ବାସଘାତକତା?ଏତମାମ ପ୍ରଶ୍ନଭିତରେ ଛନ୍ଦି ହୋଇଛି ଆଜେକ୍ସ ଆତ୍ମହତ୍ୟା ଘଟଣା।ମୃତ୍ୟୁକୁ ନେଇ  ଚାଲିଛି ତନାଘନା। ତଦନ୍ତ ପାଇଁ ଦୁଇଟି ଟିମ ନିୟୋଜିତ ହେଇଥିବା ବେଳେ ଆଜେକ୍ସ ଏବଂ ତାଙ୍କ ବାନ୍ଧବୀଙ୍କ ମୋବାଇଲ  ଓ ଡିଜିଟାଲ ଡାଟା କୁ ଆଡ଼ଭାନ୍ସ ଟୁଲ ମାଧ୍ୟମରେ  ଯାଞ୍ଚ କରିବ  ଟେକ୍ନିକାଲ ଟିମ। ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କ ସହ ମାତ୍ର ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ୧୮ ତାରିଖ ସନ୍ଧ୍ୟାରେ ପ୍ରେମିକାଙ୍କ ସହ କଥା ହୋଇଥିଲେ । ଆତ୍ମହତ୍ୟା ପୂର୍ବରୁ ସେଲ୍ଫି ଫୋଟୋ ସହ  ନିଜ ମନକଥା gmail ରେ ଲେଖି ସେଭ କରିଥିଲେ l ଯାହା କି ୨୦ତାରିଖ ସନ୍ଧ୍ୟା ୬ଟା ୩୧ରେ ମାନେ ୧୪ଘଣ୍ଟା ପରେ ବାନ୍ଧବିଙ୍କ ମେଲକୁ ସିଡ୍ୟୁଲ ମେସେଜ ଡେଲିଭର ହୋଇଥିଲା । ଆଜେକ୍ସଙ୍କ ଭଲପାଇବା କାହାଣୀରେ ଅନଲାଇନ କମ୍ୟୁନିକେସନ ସମ୍ପୃକ୍ତ ଥିବାରୁ ଟେକ୍ନିକାଲ ଟିମର ସହଯୋଗ ନିଆଯାଇଛି ।

ଅନ୍ୟପଟେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଲୋକଙ୍କୁ ତଦନ୍ତ କରାଯାଉଛି ଏବଂ ଯେହେତୁ ପ୍ରାୟତଃ ଚାଟ ହେଉ କି କଲ ଡିଜିଟାଲ ମାଧ୍ୟମରେ  ହୋଇଥିବାରୁ  ସାଇବର ଟିମ ର ସାହାଯ୍ୟ ନିଆଯାଉଛି l ମୃତ୍ୟୁ ସହ  ଜଡିତ  ସମସ୍ତ  ଦିଗ ପ୍ରତି ଦୃଷ୍ଟି ଦିଆଯାଇ  ତଦନ୍ତ କରାଯାଉଛି  ବୋଲି କହିଛନ୍ତି ଡସିପି ।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button