ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଟ୍ରକ ଦୁର୍ଘଟଣା, ଘଟଣାରେ ୪ଜଣ ଗୁରୁତର ଆହତ । ମଙ୍ଗଳବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଅଭିମୁଖେ ଆସୁଥିବା ଏକ ଟ୍ରକଟି ଭାରସାମ୍ୟ ହରାଇ ଦୁଇଟି ଦୋକାନ ଉପରେ ମାଡି ଯାଇଥିଲା। ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ପକ୍ଷରେ ତିହିଡି ପୋଲିସ ପହଁଚି ଦୁର୍ଘଟଣାଗ୍ରସ୍ଥ ଟ୍ରକ୍ କୁ ଜବତ କରିବା ସହ ଡ୍ରଇଭରକୁ ଅଟକ ରଖିଛି। ତେବେ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦୋକାନୀ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now