ଓଡ଼ିଶା

ପୋଲିସ ଗାଡିକୁ ପିଟିଲା ଟ୍ରକ, ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କମଳପୁର ଛକ ନିକଟରେ ବୁଧବାର ଭୋର ୫ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପୋଲିସର ବୋଲେରୋ ଗାଡିକୁ ଟ୍ରକ ପିଟିଦେବାରୁ ଗାଡି ଦୁଇଟି ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣା କାରଣରୁ ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣି ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଛି । ଗୁରୁତର ଏଏସଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। । ଘଟଣା ସ୍ଥଳରେ ଜହ୍ନ।ପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ ଓ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published.

Back to top button