ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଂଘ,ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ , ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକ ମାନେ ଆଜି କେନ୍ଦୁଝର ଜିଲ୍ଲାର ଗୋପାଳପୁର, କତରାବେଡା, ଘଟଗାଁ ଓ ଆନନ୍ଦପୁର ଅଂଚଳରେ ଚାଲୁଥିବା ପାଇପ ଲାଇନ କାମକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । କୋର କମିଟି ସଦସ୍ୟ ମାନେ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ପାଇପ୍ ଲାଇନ ମାଧ୍ୟମରେ ଲୁହାପଥର ପରିବହନକୁ ବିରୋଧ କରି ଦୁଇ ଦୁଇ ଥର କାମ ବନ୍ଦ କରିଥିଲେ । ଜିଲ୍ଲା ଟ୍ରକ ଗୁଡ଼ିକୁ ଖଣିଜ ପରିବହନ କାର୍ଯ୍ୟରେ ଅଗ୍ରାଧିକାର ଦାବିକୁ ବହୁବାର ଲିଖତ ତଥା ଧର୍ମଘଟ ଜରିଆରେ ସରକାରଙ୍କୁ ଜଣାଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ତରଫରୁ ଟ୍ରକ ମାଲିକଙ୍କ ସ୍ବାର୍ଥ ତଥା ଟ୍ରକ ଦ୍ବାରା ଲୁହାପଥର ପରିବହନ ବ୍ୟବସାୟ ବିଷୟରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହାର ଫଳ ସ୍ବରୂପ ଜିଲ୍ଲାର ହଜାର ହଜାର ଟ୍ରକ କାର୍ଯ୍ୟ ନପାଇ ଅସୁବିଧାର ହୋଇ ରହିଛନ୍ତି | ଏହି ପରିବହନ ବ୍ୟବସାୟ କରି ଗାଡିର ବ୍ୟାଙ୍କ୍ ଋଣ ଶୁଝିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଯେ ଗାଡି ମାଲିକ ମାନେ ଏହି ବ୍ୟବସାୟରୁ ଉପକୃତ ହେଉଛନ୍ତି ତାହା ନୁହେଁ ବରଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ବ୍ୟବସାୟ ଉପରେ ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ ନିର୍ଭର ଶିଳ । ଏହି ଟ୍ରକ ପରିବହନ ବ୍ୟବସାୟ ଉପରେ ଜିଲ୍ଲାର ସମ୍ପୂର୍ଣ ଆର୍ଥିକ ସ୍ଥିତି ମଧ୍ଯ ନିର୍ଭର କରୁଅଛି । ପାଇପ ଲାଇନରେ ଲୁହାପଥର ପରିବହନ ହେଲେ ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେବ ।ତେଣୁ ପାଇପ୍ ଲାଇନ୍ କାମକୁ ତୁରନ୍ତ ବନ୍ଦ ନକପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଂଘ,ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ , ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକ ମାନେ ଆଜି କେନ୍ଦୁଝର ଜିଲ୍ଲାର ଗୋପାଳପୁର, କତରାବେଡା, ଘଟଗାଁ ଓ ଆନନ୍ଦପୁର ଅଂଚଳରେ ଚାଲୁଥିବା ପାଇପ ଲାଇନ କାମକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । କୋର କମିଟି ସଦସ୍ୟ ମାନେ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ପାଇପ୍ ଲାଇନ ମାଧ୍ୟମରେ ଲୁହାପଥର ପରିବହନକୁ ବିରୋଧ କରି ଦୁଇ ଦୁଇ ଥର କାମ ବନ୍ଦ କରିଥିଲେ । ଜିଲ୍ଲା ଟ୍ରକ ଗୁଡ଼ିକୁ ଖଣିଜ ପରିବହନ କାର୍ଯ୍ୟରେ ଅଗ୍ରାଧିକାର ଦାବିକୁ ବହୁବାର ଲିଖତ ତଥା ଧର୍ମଘଟ ଜରିଆରେ ସରକାରଙ୍କୁ ଜଣାଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ତରଫରୁ ଟ୍ରକ ମାଲିକଙ୍କ ସ୍ବାର୍ଥ ତଥା ଟ୍ରକ ଦ୍ବାରା ଲୁହାପଥର ପରିବହନ ବ୍ୟବସାୟ ବିଷୟରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହାର ଫଳ ସ୍ବରୂପ ଜିଲ୍ଲାର ହଜାର ହଜାର ଟ୍ରକ କାର୍ଯ୍ୟ ନପାଇ ଅସୁବିଧାର ହୋଇ ରହିଛନ୍ତି | ଏହି ପରିବହନ ବ୍ୟବସାୟ କରି ଗାଡିର ବ୍ୟାଙ୍କ୍ ଋଣ ଶୁଝିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କେବଳ ଯେ ଗାଡି ମାଲିକ ମାନେ ଏହି ବ୍ୟବସାୟରୁ ଉପକୃତ ହେଉଛନ୍ତି ତାହା ନୁହେଁ ବରଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ବ୍ୟବସାୟ ଉପରେ ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ ନିର୍ଭର ଶିଳ । ଏହି ଟ୍ରକ ପରିବହନ ବ୍ୟବସାୟ ଉପରେ ଜିଲ୍ଲାର ସମ୍ପୂର୍ଣ ଆର୍ଥିକ ସ୍ଥିତି ମଧ୍ଯ ନିର୍ଭର କରୁଅଛି । ପାଇପ ଲାଇନରେ ଲୁହାପଥର ପରିବହନ ହେଲେ ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେବ ।ତେଣୁ ପାଇପ୍ ଲାଇନ୍ କାମକୁ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଏହି ବିରୋଧ କୁ ଜୋରଦାର କରାଯିବ ବୋଲି କହିଛନ୍ତି କୋର କମିଟି ର ସଦସ୍ୟ ମାନେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now