ହାତୀ ଆକ୍ରମଣରେ ଦୁଇ ମୃତ

Spread the love

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜ, ବାମେବାରୀ ସେକ୍ସନ ଜମରଡିହି ଗାଁରେ ହାତୀ ଦଳିଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ପାଣ୍ଡୁ ମୁଣ୍ଡା । ଗତ ବିଳମ୍ୱିତ ରାତିରେ ଏହି ଅଘଟଣ ଘଟିଛି ଅଘଟଣ । ବାମେବାରୀ ପୋଲିସ୍ ଓ ବନ ବିଭାଗ ପକ୍ଷରୁ ଏ ନେଇ ତଦନ୍ତ ଜାରୀ ରହିଛି ।

ସମାନ ରୁପକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଟେବାମହୁଲ ଗାଁରେ । ଟେବାମହୁଲ ଗାଁରେ ହାତୀ ଆକ୍ରମଣରେ ପଞ୍ଚୁ ମାଝୀଙ୍କ ମୃତ୍ୟୁ । ହଠାତ ଜଙ୍ଗଲୀ ହାତୀ ଗାଁ ଭିତରକୁ ପସିଆସିଥିଲା । ତେବେ ହାତୀକୁ ଘଉଡାଇଲା ବେଳେ ପଞ୍ଚୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *