ବସରେ ମହିଳାଙ୍କୁ ନ ଚଢାଇବା ପ୍ରସଙ୍ଗ, ଆଗରୁ ଚାଲି ଆସୁଥିଲା, ଆମକୁ ଜଣା ନଥିଲା – ଘରୋଇ ବସ ମାଲିକ ସଙ୍ଘ

Spread the love

ଭୁବନେଶ୍ୱର : ବସରେ ପ୍ରଥମେ ମହିଳାଙ୍କୁ ନଚଢିବାକୁ ଦେବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ଘରୋଇ ବସ ମାଲିକ ସଙ୍ଘ । ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ଆଗରୁ ଚାଲି ଆସୁଥିଲା, ଆମକୁ ଜଣା ନଥିଲା । ଅଭିଯୋଗ କରି ଘଟଣା ସାମ୍ନାକୁ ଆଣିଥିବା ମହିଳାଙ୍କୁ ଧନ୍ୟବାଦ ଦେଉଛୁ ।

। ମହିଳାମାନଙ୍କୁ ଅପମାନିତ କରିବା ଠିକ୍ ନୁହେଁ । ମା ଲଷ୍ମୀ ମଧ୍ୟ ଜଣେ ମହିଳା । ଏଭଳି ଅନ୍ଧ ବିଶ୍ୱାସ ନମାନିବାକୁ ବସ କର୍ମଚାରୀଙ୍କୁ କୁହାଯିବ । ଆଗକୁ ଅଭିଯୋଗ ଆସିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ର ୭୦ ବସ ଆସୋସିଏସନ ମାନଙ୍କୁ ଏ ପ୍ରଥା ବନ୍ଦ ହେବା ନେଇ ସରକୁଲାର ଜାରି ହେବ ।

Leave a Reply

Your email address will not be published. Required fields are marked *