ଗହମର ମୂଲ୍ୟ ସ୍ଥିର ରଖି ଖାଉଟିଙ୍କୁ ଯୋଗାଣ ସୁନିଶ୍ଚିତ କରିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କ ସହିତ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଆଲୋଚନା

Spread the love

ନୂଆଦିଲ୍ଲୀ : ଗହମର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ସହିତ ଖାଉଟିଙ୍କୁ ଏହାର ଯୋଗାଣ ସୁନିଶ୍ଚିତ କରିବା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଆଜି ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ରାଜ୍ୟର ଖାଦ୍ୟ ଯୋଗାଣ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ୨୦୨୩ ଜୁନ ୧୨ତାରିଖରେ ଜାରି ଗହମ ମହଜୁଦ ସୀମା ନିର୍ଦ୍ଦେଶାବଳୀ ଓ ଏହାର ପରିପାଳନ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ପାଇକାରୀ ବ୍ୟବସାୟୀ(ହୋଲସେଲର) ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ବିଗ୍ ଚେନ ରିଟେଲରମାନଙ୍କ ପାଇଁ କେନ୍ଦ୍ର ସରକାର ଗହମର ମହଜୁଦ ପରିମାଣ ଧାର୍ଯ୍ୟ କରିବାର ଦିନକ ପରେଏହି ବୈଠକ ଅନୁଷ୍ଠିତ ହୋଇଛି । ଆହୁରି ମଧ୍ୟ ଘରୋଇ ଖୋଲା ବଜାରରେ ବିକ୍ରି ଯୋଜନା (ଓଏମ୍ଏସ୍ଏସ୍-ଡି)ରେ ବଜାରକୁ ଅଧିକ ଗହମ ଓ ଚାଉଳ ଛାଡିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗହମର ମୂଲ୍ୟ ବୃଦ୍ଧିକୁ ରୋକିବା ଓ ଏହାର ବଜାର ଦରକୁ ସ୍ଥିର ରଖିବା ସହିତ ମହଜୁଦି ଏବଂ କଳାବଜାରୀକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *