ଆଗାମୀ 17ରେ ଢେଙ୍କାନାଳ ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Spread the love

ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗାମୀ 17ରେ ଢେଙ୍କାନାଳ ଗସ୍ତରେ ଆସିବେ । ସେ ଢେଙ୍କାନାଳ ଗସ୍ତରେ ଆସି ମହା ଜନ ସମ୍ପର୍କ ଯାତ୍ରାରେ ସାମିଲ ହେବେ । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଚୂଡାନ୍ତ କାର୍ଯ୍ୟସୂଚୀ ବର୍ତ୍ତମାନ ସୁଦ୍ଧା ଆସିନାହିଁ କିନ୍ତୁ ତାଙ୍କର ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ଆସିଛି । ଏକ ବିଶାଳ ସମ୍ମିଳନୀରେ ସେ ଯୋଗଦାନ କରିବେ । ପ୍ରାୟ 50 ହଜାରରୁ ଅଧିକ ହିତାଧିକାରୀଙ୍କୁ ସମ୍ବୋଧନ କରିବେ । ଏହାସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ଆଗକୁ ସ୍ପଷ୍ଟ ଚିତ୍ର ଆସିବ । ୯ ବର୍ଷ ଶାସନ କାଳରେ ମୋଦୀ ସରକାରଙ୍କ ଯୋଜନା ଚିତ୍ର ରଖିବେ । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱ ମାନେ ଉପସ୍ଥିତ ରହିବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *