ଷ୍ଟିଲ ପ୍ଲାଣ୍ଟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ଏକାଧିକ କର୍ମଚାରୀ ଆହତ ହେବା ଘଟଣାରେ କେନ୍ଦ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ବ୍ୟକ୍ତ କରିଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଘରୋଇ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଏକ ଅଘଟଣରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଶୀଘ୍ର ସୁସ୍ଥ ହେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *