ଜୟପୁର : ଜୟପୁର ସହରର ଖ୍ରୀଷ୍ଟିଆନପେଟାରେ ଜଣେ ଛାତ୍ରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ସୁଜାଜା ହରିଜନ । ପୋଲିସ ସୂଚନା ଅନୁଯାଇ ଛାତ୍ରୀ ଜଣକ ଗତ ରାତ୍ରରେ ଅସୁସ୍ଥ ହୋଇଥିଲେ । ଏନେଇ ପରିବାର ଲୋକେ ଦେଖି ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ଟାଉନ ପୋଲିସ ପହଂଚି ଶବ କୁ ଜବତ କରି ବ୍ୟବଛେଦ କରି ଅପମୃତ୍ୟୁ ମାମଲା ୨୧/୨୩ ରୁଜୁ କରି ତଦନ୍ତ କରୁଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now