ନବାଗତ ଦୁଇ ବିଧାୟିକା ଉପାସନା ମହାପାତ୍ର ଓ ସଞ୍ଜଳି ମୁର୍ମୁ ପାଖେ ପାଖେ ବସନ୍ତି। କାରଣ ଦୁହିଁଙ୍କ ଆସନ ଏକାଠି। ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ବାଙ୍ଗିରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ ଅନେକ ସମୟରେ ବିଧାନସଭାରେ ଆଲୋଚନାରେ ଭାଗ ନେଇଥାଆନ୍ତି। ପ୍ରଶ୍ନ ପଚାରିଲା ବେଳେ ସେମାନଙ୍କ ଉପରେ ବିଧାନସଭାର କ୍ୟାମେରା ପଡ଼ିବା ସ୍ୱାଭାବିକ କଥା। କିନ୍ତୁ ଯେଉଁଦିନ ତାଙ୍କର ପ୍ରଶ୍ନପାଳି ନଥାଏ, ସେମାନେ ବେଶ୍ ଧ୍ୟାନ ସହକାରେ ଅନ୍ୟମାନଙ୍କ ଆଲୋଚନା ବି ଶୁଣନ୍ତି। କିନ୍ତୁ ଶୁକ୍ରବାର ପ୍ରଶ୍ନକାଳରୁ ନେଇ ଶୂନ୍ୟକାଳ ଯାଏ। ବିଧାନସଭାର କ୍ୟାମେରା ଲେନ୍ସରେ ଅନେକ ଥର ସାମ୍ନାକୁ ଆସିଥିଲେ ଏଇ ଦୁଇ ବିଧାୟିକା। ଏମାନଙ୍କ ଭିତରେ ବନ୍ଧୁତା ବି ସେତିକି ନିବିଡ଼। ବିଧାନସଭା କରିଡରରେ ସାଙ୍ଗ ହୋଇ ବୁଲିଥାଆନ୍ତି। ବିଭିନ୍ନ ପ୍ରସଙ୍ଗରେ ଗପିଥାଆନ୍ତି। ହେଲେ ଏହା ଚିରାଚରିତ କଥା। କିନ୍ତୁ ଶୁକ୍ରବାର ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ଭିତରେ ଏମାନେ ନିଜ ନିଜ ଭିତରେ କୌଣସି କଥାକୁ ନେଇ କଥାବାର୍ତ୍ତା କରୁଥିଲେ। ଅନେକ ଥର ଲାଇଭ୍ ଫିଡରେ ଦୁହେଁ ସାମ୍ନାକୁ ଆସିଥିଲେ। ଦୁହିଁଙ୍କର ଅଚାନକ ନଜର ପଡ଼ିଯିବାରୁ ଅନେକ ଥର ଅପ୍ରସ୍ତୁତ ହୋଇ ପଡ଼ୁଥିଲେ। ଅଚାନକ ଏକ୍ସପ୍ରେସନ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଥିଲେ। ଆଟେଣ୍ଟିଭ୍ ରହିବାକୁ ପ୍ରୟାସ କରୁଥିଲେ। ପ୍ରେସଗ୍ୟାଲେରୀ ହେଉ ଅବା ଦର୍ଶକ ଗ୍ୟାଲେରିରୁ। ଏ କଥା ଅନେକଙ୍କ ଆଖିରୁ ବାଦ୍ ପଡୁନଥିଲା। ହଁ, ଅବଶ୍ୟ କରିଡରରେ ଚର୍ଚ୍ଚା ଚାଲିଥିଲା। ଉଭୟ ବିଧାୟିକା ନିଜ ନିଜ ଦାୟିତ୍ୱ ପ୍ରତି ବେଶ୍ ସଚେତନ। ଭଲ ବନ୍ଧୁ ଭାବେ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ସ୍ୱାଭାବିକ କଥା। କିନ୍ତୁ ବିଧାନସଭାର କ୍ୟାମେରା ଆଜି ଯେମିତି ସେମାନଙ୍କୁ ଏକରକମ ଅଡ଼ୁଆରେ ପକାଉଥିଲା ଭଳି ହୃଦବୋଧ ହେଉଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now