ଓଡ଼ିଶା

ଭେଡେନ ଅଖଣ୍ଡ ଶ୍ରୀହରି ନାମ ଯଜ୍ଞ ଉଦଯାପିତ

ବରଗଡ: ଧର୍ମର ଜୟ ଏବଂ ଅଧର୍ମର ବିନାଶର ବାର୍ତ୍ତା ନେଇ ବରଗଡ଼ ଜିଲ୍ଲା ଭେଡେନ ଠାରେ ଚାଲିଥିବା ଅଖଣ୍ଡ ଶ୍ରୀହରି ନାମ ଯଜ୍ଞ ଉଦଯାପିତ ହୋଇଯାଇଛି । ଦଶ ଦିନ ଧରି ଏହା ଚାଲିଥିବାବେଳେ ରାବଣ ଦରବାର, ଅଯୋଧ୍ୟା ମଣ୍ଡପ ମଞ୍ଚରେ ଚାଲିଥିବା ମହା ନାଟକ ର ବେଶ୍ ମଜା ଉଠାଇଥିଲେ ଦର୍ଶକ ।

ଉଦଯାପିତ ହୋଇଛି ବରଗଡ ଜିଲ୍ଲା ଭେଡେନ ର ପ୍ରସିଦ୍ଧ ରାମଲୀଳା ମହୋତ୍ସବ । ଗତ ୧୨ ତାରିଖରୁ ଭେଡେନ ଠାରେ ବିଶ୍ଵ ଶାନ୍ତି ଅଖଣ୍ଡଶ୍ରୀହରି ନାମଯଜ୍ଞ ଚାଲିଥିଲା । ଗୋଟିଏ ପଟେ ରାମଲୀଳା ଆଉ ଅନ୍ୟପଟେ  ରାବଣ ଦରବାର ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  ରାମ ଜନ୍ମ ଠାରୁ ଆରମ୍ଭ କରି ରାବଣର ମୃତ୍ୟୁ ପର୍ଯ୍ୟନ୍ତ ରାମାୟଣର ପ୍ରତିଟି ଦୃଶ୍ୟକୁ ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ କଳାକାର। ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଖାଲି ସେତିକି ନୁହେଁ  ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ  ଏବଂ ମୀନା ବଜାରର ମଧ୍ୟ ଭରପୁର ମଜା ଉଠାଇଥିଲେ ଦର୍ଶକ  ।

ଗତ ୨୦ ବର୍ଷ ଧରି ଭେଡେନ ଠାରେ ଆୟୋଜିତ ହୋଇଆସୁଛି  ବିଶ୍ୱଶାନ୍ତି ଅଖଣ୍ଡ ଶ୍ରୀହରି ନାମଯଜ୍ଞ ।  କରୋନା ମହା ମାରୀ ଯୋଗୁଁ ଗତ ଦୁଇ ବର୍ଷ ହେବ , ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏ ବର୍ଷ ପୁଣି ଆୟୋଜନ ହୋଇଥିବାରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମହୋତ୍ସବର ପ୍ରତ୍ୟେକ ସଂଧ୍ୟାରେ ନେତା ,ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ଲୋକ ଅତିଥିଭାବେ ଯୋଗଦେଇଥିଲେ । ତେବେ ଉଦଯାପନୀ ଦିବସରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ  ଅତିଥି ଭାବେ ଯୋଗଦେଇ ଥିଲେ ।

ଭେଡେନ ରାମଲୀଳା ମହୋତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଏହା ଏକ ସାଂସ୍କୃତିକ ମହୋତ୍ସବ ରେ ପରିଣତ ହୋଇସାରଛି। ଯେଉଥିପାଇଁ ଏହାର ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button