ଥଇଥାନ ଚିନ୍ତାରେ ବ୍ୟବସାୟୀ

କୁଜଙ୍ଗ:  ଉଠା ବ୍ୟବସାୟୀଙ୍କୁ ପ୍ରଶାସନର ବାରଣ । ଥଇଥାନ ଚିନ୍ତାରେ ବ୍ୟବସାୟୀ । ରାସ୍ତା କଡରେ ବ୍ୟବସାୟ କରିବାକୁ ପ୍ରଶାସନର ବାରଣ ପରେ ଚିନ୍ତାରେ ବ୍ୟବସାୟୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ନିକଟ ମୁଖ୍ୟ ରାସ୍ତା କଡରେ ବ୍ୟବସାୟ ପାଇଁ ସ୍ଥାନୀୟ ପ୍ରଶାସନ ବାରଣ କରିବାକୁ ନେଇ ଉଠା ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ ସ୍ଥାନୀୟ ତହସିଲଦାରଙ୍କୁ ଭେଟିଛନ୍ତି ବ୍ୟବସାୟୀ। ଦୁଇଦିନ ଧରି ଦୋକାନ ବନ୍ଦ ରହିବା ଯୋଗୁ ଜୀବନଜୀବିକା ନେଇ ଚିନ୍ତାରେ ବ୍ୟବସାୟୀ ।

ଦୁଇଦିନ ଧରି ବନ୍ଦ ରହିଛି ବ୍ୟବସାୟ । ଆଉ ଚିନ୍ତା ଘାରିଛି ରାସ୍ତା କଡରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ । କଟକ ପାରାଦୀପ ମୁଖ୍ୟ ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା 30ରୁ ଉର୍ଦ୍ଧ ଉଠା ବ୍ୟବସାୟୀଙ୍କୁ କୁଜଙ୍ଗ ରାଜସ୍ୱ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଏ ନେଇ ନିକଟରେ ଥିବା ବିଜୁ ପଟନାୟକ ମାର୍କେଟ କମ୍ପ୍ଲେକ୍ସ ପାଖରୁ ଲିଖିତ ଅଭିଯୋଗ ହୋଇଥିଲା । ଉଠା ବ୍ୟବସାୟୀ ମାନେ ଆବର୍ଜନା କରିବା ସହ ଦୁର୍ଘଟଣାର ଆଶଙ୍କା ଥିବା ଯୋଗୁ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲା ।

ତେବେ ଅଭିଯୋଗ ପରେ କୁଜଙ୍ଗ ରାଜସ୍ୱ ବିଭାଗ ପକ୍ଷରୁ ରାସ୍ତା କଡରେ ବ୍ୟବସାୟ ପାଇଁ ବାରଣ କରାଯିବାରୁ ଦୁଇଦିନ ଧରି ବ୍ୟବସାୟୀ ମାନେ ହାତବାନ୍ଧି ବସିଛନ୍ତି । ଦୀର୍ଘ ବର୍ଷ ଧରି ରାସ୍ତା କଡରେ ବ୍ୟବସାୟ କରୁଥିବା ବେଳେ, ବ୍ୟବସାୟ ବନ୍ଦ ହେଲେ ଆମେ ଚଳିବୁ କିପରି ବୋଲି ପ୍ରଶ୍ନ କରିଛନ୍ତି ଉଠା ବ୍ୟବସାୟୀ । ଏନେଇ ବ୍ୟବସାୟୀ ମାନେ ସ୍ଥାନୀୟ ତହସିଲଦାରଙ୍କୁ ଭେଟିଛନ୍ତି । ଉଠା ବ୍ୟବସାୟୀ ମାନକୁ ପ୍ରଶାସନ ତୁରନ୍ତ ଥଇଥାନ ନ କଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇବୁ ବୋଲି କହିଛନ୍ତି ଉଠା ବ୍ୟବସାୟୀ ସଂଘ ସଭାପତି । ଅନ୍ୟପଟେ ଥଇଥାନ ପାଇଁ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ତହସିଲଦାର ପ୍ରତିଶୃତି ଦେଇଛନ୍ତି । ତେବେ ରାସ୍ତା ଅବରୋଧ ତଥା ଦୁର୍ଘଟଣା ଏଡେଇବା ନେଇ ଅଭିଯୋଗ ହେବା ପରେ ବ୍ୟବସାୟୀ ମାନଙ୍କୁ ବାରଣ କରାଯାଇଥିବା କହିଛନ୍ତି ରାଜସ୍ୱ ନିରୀକ୍ଷକ ।

ତେବେ ଗୋଟିଏ ପଟେ ଦୁର୍ଘଟଣାର ଆଶଙ୍କା ଅନ୍ୟପଟେ ପେଟ ପାଟଣା ନେଇ ଦୋ ଛକିରେ ଉଠା ବ୍ୟବସାୟୀ । କେବେ ଏମାନଙ୍କୁ ସରକାର ଥଇଥାନ କରୁଛନ୍ତି ଦେଖିବା ବାକି ରହିଛି ।

ରଶ୍ମିରଂଞ୍ଜନ ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *