ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ୍ ଚଢଉ

Spread the love

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କର ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢଉ କରାଯାଇଛି ।

ଏହି ଚଢାଉରେ ମୋଟ 4 ଜଣ ଡିଏସପି, 10 ଜଣ ଇନିସ୍ପେକ୍ଟର, 4 ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ ଘରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ୍ ।

Leave a Reply

Your email address will not be published. Required fields are marked *