ଓଡ଼ିଶା

ବାଲିଯାତ୍ରାରେ କର୍ମତତ୍ପର କଟକ କମିଶନରେଟ ପୁଲିସ

କଟକ: କଟକର ଐତିହାସିକ ବାଲିଯାତ୍ରାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଛି କଟକ କମିସନରେଟ ପୋଲିସ। ଏଥିପାଇଁ ବାଲିଯାତ୍ରା ଉଭୟ ଉପର ଓ ତଳ ପଡ଼ିଆରେ ଖୋଲାଯାଇଛି ୪ଟି ପୋଲିସ ସହାୟତା କେନ୍ଦ୍ର । ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଟିମ୍ ଥିବା ବେଳେ ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାରର ସହାୟତା କରୁଛି ପୋଲିସ।

ବାଲିଯାତ୍ରାରେ ହଜିଯାଉଥିବା ଲୋକଙ୍କୁ ଖୋଜି ଆଣୁଛି ପୋଲିସ। ପକେଟମାରକୁ ଧରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ ରଖୁଛି ତୀକ୍ଷଣ ନଜର। ଆଉ ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ସହ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ କଣ୍ଟ୍ରୋଲ କରୁଛି କଟକ କମିଶନରେଟ ପୋଲିସ। କଟକର ଐତିହାସିକ ବାଲିଯାତ୍ରାରେ ଏଭଳି ଭାବେ ଅନେକ ସେବା ଯୋଗାଇ ଦେଉଛି କଟକ କମିଶନରେଟ ପୋଲିସ। ଜନସାଧାରଣଙ୍କ ସେବା ପାଇଁ ବାଲିଯାତ୍ରାରେ ୪ ଟି ପୋଲିସ ପୋଷ୍ଟ କରାଯାଇଛି। କୌଣସି ବି ଅସୁବିଧା ହେଲେ ପୋଲିସ ସହାୟତା କେନ୍ଦ୍ରରେ ଆସି ଅଭିଯୋଗ କରିବା ପାଇଁ ମାଇକ ଯୋଗ ଅପିଲ କରୁଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ।

ବାଲିଯାତ୍ରାରେ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୋଲିସ ଅଧିକାରୀ, ଏଟିଏସ, ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀ। ଲୋକେ ଶାନ୍ତି ଶୃଙ୍ଖଳା ବଜାୟ ରଖି ବାଲିଯାତ୍ରା ବୁଲି ଆସିବା ସହ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ଅନୁରୋଧ କରିଛନ୍ତି କଟକ ଡିସିପି।

ଆସନ୍ତା ୧୬ ତାରିଖରେ ବାଲିଯାତ୍ରା ଶେଷ ହେବାକୁ ଥିବା ବେଳେ ଏବେ ଲୋକଙ୍କ ଭିଡ଼ ବଢିବାରେ ଲାଗିଛି ।….

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button