ଓଡ଼ିଶାରାଜନୀତିରାଜ୍ୟ

ବିକ୍ରମ ଆରୁଖଙ୍କୁ ଅର୍ଥ, ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଓ ସାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ

ଭୁବନେଶ୍ୱର : ନୂତନ ମନ୍ତ୍ରୀ ମାନଙ୍କର ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ନେଇ ଘୋଷଣା କରାଯାଇଛି ।

ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଥିବା ବେଳେ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି । ସେହିପରି ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି ।

ବର୍ତମାନ ଯାଏ ଅର୍ଥ ମନ୍ତ୍ରୀ ଦାୟିତ୍ବ ସମ୍ଭାଳୁଥିବା ନିରଂଜନ ପୁଜାରୀଙ୍କ ଠାରୁ ଏହି ବିଭାଗ ନିଆଯାଇ ତାହା ବିକ୍ରମ ଆରୁଖଙ୍କୁ ପ୍ରଦାନ କରାଯାଇଛି । ନିରଂଜନ ପୁଜାରୀଙ୍କ ନିକଟରେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ବିଭାଗ ରହିଛି।

Leave a Reply

Your email address will not be published.

Back to top button