ଓଡ଼ିଶା

ଝଙ୍କଡ ପୀଠରେ ବୋଇତ ବନ୍ଦାଣ

ତିର୍ତ୍ତୋଲ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗାଭସା ଓ ବୋଇତ ବନ୍ଦାଣ ଉତ୍ସବ ସର୍ବତ୍ର ପାଳନ କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା’ଶାରଳାଙ୍କ ପୀଠରେ ଧୂମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ଶତାଧିକ ସଂସ୍କୃତିପ୍ରେମୀଙ୍କ ଗହଣରେ ଜାକଜମକରେ ବୋଇତ ବନ୍ଦାଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କଟକ, ପାରାଦ୍ୱୀପ ଓ ଚେଳିତୋଳ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଥିବା ବେଳେ ଝଙ୍କଡ ପୀଠରେ ପ୍ରଥମ କରି ବୋଇତ ବନ୍ଦାଣ ଉତ୍ସବ ଜାକଜମକରେ ପାଳିତ ହୋଇଛି। ଏହି ବୋଇତ ବନ୍ଦାଣକୁ ମନଭରି ଉପଭୋଗ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ବୋଇତ ବନ୍ଦାଣ ଉତ୍ସବ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବୋଇତ ବନ୍ଦାଣ ଓ ଭଜନ ସମାରୋହରେ ଶତାଧିକ ଅଞ୍ଚଳବାସୀ ସାମିଲ ହୋଇ ଖୁସିବ୍ୟକ୍ତ କରିଥିଲେ।

ଚନ୍ଦ୍ରଗ୍ରହଣ ପାଇଁ ବଡିଭୋରରୁ ବୋଇତ ବନ୍ଦାଣ ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଜି ଠାରୁ ତିନିଦିନ ଧରି ହେବାକୁ ଯାଉଥିବା ଏହି ଉତ୍ସବକୁ ରାଜ୍ୟର କୋଣ ଅନୁକୋଣରୁ ମା’ଶାରଳାଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ସ୍ଥାନୀୟ ଲୋକେ ଉପଭୋଗ କରିଛନ୍ତି।

Leave a Reply

Your email address will not be published.

Back to top button